ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲଣ୍ଡନର ଓଭାଲଠାରେ ଚାଲିଛି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହାଇଭୋଲ୍ଟେଜ୍‌ ମ୍ୟାଚ୍‌। ଟସ୍‌ ଜିତି ପ୍ରଥମେ ବ୍ୟାଟି କରିଥିବା ଟିମ୍‌ ଇଣ୍ଡିଆ ଜବରଦସ୍ତ ଓପନିଂ କରିଛି। ଭାରତୀୟ ଦଳର ଓପନର ହିଟ୍‌ ମ୍ୟାନ୍‌ ରୋହିତ ଶର୍ମା ଏବଂ ଶିଖର ଧାୱନ୍ ଚମତ୍କାର ବ୍ୟାଟିଂ ଜାରି ରଖିଛନ୍ତି।

ଧାୱନ୍, ରୋହିତଙ୍କ ଅର୍ଦ୍ଧଶତକ ବଳରେ ଟିମ୍‌ ଇଣ୍ଡିଆ ୨୨ ଓଭର ସୁଦ୍ଧା ବିନା କୌଣସି ୱିକେଟ୍‌ ହରାଇ ୧୨୭ ରନ୍‌ ସଂଗ୍ରହ କରିଛି। ଶିଖର ଧାୱନ୍ ୬୭ ରନ୍‌ କରିଥିବା ବେଳେ ରୋହିତ ଶର୍ମା ୫୭ ରନ୍‌ ସଂଗ୍ରହ କରିଛନ୍ତି।

ତେବେ ୨୨.୩ ଓଭରରେ ନାଥାନ୍‌ କଲ୍ଟରଙ୍କ ବଲ୍‌ରେ ରୋହିତ ଶର୍ମା କ୍ୟାଚ୍‌ଆଉଟ୍‌ ହୋଇ ହୋଇ ପାଭିଲିୟନ୍‌ ଫେରିଛନ୍ତି। ତାଙ୍କ ବଦଳରେ ବର୍ତ୍ତମାନ ଟିମ୍‌ ଇଣ୍ଡିଆର ମଙ୍ଗ ଧରିଛନ୍ତି ଅଧିନାୟକ ବିରାଟ କୋହଲି।

Comment