ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁଇ ଦିନିଆ ବିଦେଶ ଗସ୍ତ ଅବସରରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀଲଙ୍କା ଯାଇଛନ୍ତି। ଶନିବାର ମୋଦି ମାଳଦ୍ୱୀପ ଗସ୍ତ କରିଥିବା ବେଳେ ମୋଦିଙ୍କୁ ମାଳଦ୍ୱୀପର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଥିଲା। ତେବେ ମୋଦି ଆଜି ଶ୍ରୀଲଙ୍କା ଗସ୍ତରେ ଯାଇଛନ୍ତି।

ଇଷ୍ଟର ପର୍ବରେ ଶ୍ରୀଲଙ୍କାରେ ହୋଇଥିବା ଆତଙ୍କବାଦୀ ବିସ୍ଫୋରଣରେ ୨୫୦ ଲୋକ ପ୍ରାଣ ହରାଇଥିଲେ। ସେଥିମଧ୍ୟରୁ ୧୧ ଜଣ ଭାରତୀୟ ମଧ୍ୟ ଥିଲେ। ତେବେ ଆତଙ୍କବାଦୀ ବିସ୍ଫୋରଣ ପରେ ଶ୍ରୀଲଙ୍କା ଯାତ୍ରା କରିବାରେ ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ପ୍ରଥମ ବିଦେଶୀ ନେତା।

ନରେନ୍ଦ୍ର ମୋଦୀଙ୍କ ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳ ଭିତରେ ଏହା ହେଉଛି ତାଙ୍କର ତୃତୀୟ ଶ୍ରୀଲଙ୍କା ଗସ୍ତ। ଏହା ପୂର୍ବରୁ ୨୦୧୫ ଏବଂ ୨୦୧୭ରେ ମୋଦି ଶ୍ରୀଲଙ୍କା ଗସ୍ତ କରିଥିଲେ। ମୋଦି ଆଜି ଶ୍ରୀଲଙ୍କା ଗସ୍ତରେ ଯାଇ କଲମ୍ବୋରେ କିଛି ଘଣ୍ଟା ରହିବ ସହ ଦ୍ୱିପାକ୍ଷୀକ ଆଲୋଚନାରେ ଭାଗ ନେବେ। ଏହା ପରେ ସେ ଭାରତ ଫେରିଆସିବେ। ଆଜି ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶ ତିରୁପତିର ଭେଙ୍କଟେଶ୍ୱର ମନ୍ଦିରରେ ମୋଦିଙ୍କ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି।

Comment