ଓଡ଼ିଶାଲାଇଭ ବ୍ୟୁରୋ

ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ଯୁବରାଜ ସିଂହ ସୋମବର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଯୁବରାଜଙ୍କ ଅବସର ଘୋଷଣା ପରେ ତାଙ୍କ ଆଗାମୀ ଜୀବନ ପାଇଁ ସବୁଆଡୁ ଏବେ ଶୁଭକାମନା ମିଳୁଛି। ବଲିଉଡ ଷ୍ଟାର, କ୍ରକେଟର୍ସଙ୍କ ବ୍ୟତୀତ ରାଜନେତା ବି ତାଙ୍କୁ ଆଗାମୀ ଜୀବନ ପାଇଁ ଶୁଭକାମନା ଦେଇଛନ୍ତି।

ଏହି କ୍ରମରେ ସାମିଲ ହୋଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ।  ଟୁଇଟ ଜରିଆରେ ଶାହ ଯବୁରାଜଙ୍କୁ ଜଣେ ‘ଯୋଦ୍ଧା’ ବୋଲି କହିଛନ୍ତି।  ‘‘ଏହି ଅଲରାଉଣ୍ଡର ଖେଳାଳି ଜଣକ ଦେଶକୁ ଖୁସି ପାଳନ କରିବା ପାଇଁ ଅଗଣିତ ସୁଯୋଗ ଦେଇଛନ୍ତି’’, ଟୁଇଟରେ ଲେଖିଛନ୍ତି ଶାହ।

 

ସେ ଆହୁରି କହିଛନ୍ତି ଯେ, ଜଣେ ବୋଲର, ଜଣେ ବ୍ୟାଟ୍ସମ୍ୟାନ, ଜଣେ ଫିଲଡର ଭାବେ ୟୁବି ତାଙ୍କ ଖେଳ କ୍ୟାରିୟର ଭିତରେ ଦେଶ ପାଇଁ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି।

ୟୁବିଙ୍କୁ ଶାହ କ୍ରିକେଟର ଆଇକନ ବୋଲି ମଧ୍ୟ କହିଛନ୍ତି।

Comment