ଓଡ଼ିଶାଲାଇଭ ବ୍ୟୁରୋ

 ରଜ ଏପରି ଏକ ପର୍ବ ଯେଉଁ ପର୍ବକୁ ପ୍ରତିଟି ଓଡ଼ିଆ ପାଳନ କରିବା ଲାଗି ବର୍ଷ ଯାକ ଅପେକ୍ଷା କରିଥାନ୍ତି। ରଜ ନାଁ ଶୁଣିଲେ ପ୍ରତିଟି ଓଡ଼ିଆ ସେ ବିଦେଶରେ ବି ଥିଲେ ଟିକେ ସମୟ ପିଲାବେଳର ସେହି ସ୍ମୃତିକୁ ମନେ ପକାଇବାଲାଗି ନିଜକୁ ବାଧ୍ୟ କରିଥାଏ। କାରଣ ରଜ ହେଉଛି ପ୍ରତିଟି ଓଡ଼ିଆଙ୍କ ପର୍ବ।

ସାଧାରଣତଃ ରଜକୁ ଏକ କୃଷିଭିତ୍ତିକ ପର୍ବ କୁହାଯାଇଥାଏ। ଏହାକୁ ୩ଦିନ ପାଳନ କରାଯାଇଥାଏ, ମାତ୍ର ଏହି ପର୍ବକୁ ପାଳନ କରିବା ଲାଗି ଗାଁ ଗହଳିରେ ମାସେ ଆଗରୁ କେତେ କଣ ପ୍ରସ୍ତୁତି।

ଅନେକ ସ୍ଥାନରେ ଯେଉଁ ମାନେ ବାହାରେ ରହିଥାନ୍ତି ସେମାନେ ଏହି ସମୟରେ ଘରକୁ ଆସିଥାନ୍ତି। ରଜ ତିନିଦିନ ଯାକ ଅନେକ ମଉଜ, ପିଠାପଣାଠୁ ଆରମ୍ଭ କରି ପୁଚିଖେଳ, ରଜ ଦୋଳି, ରଜ ପାନରେ ଗାଁ ଦାଣ୍ଡ ହସିଉଠିଥାଏ।

ତିନିଦିନ ମଧ୍ୟରୁ ପ୍ରଥମ ଦିନ ହେଉଛି ପହିଲି ରଜ, ଦ୍ଵିତୀୟ ରଜ ସଙ୍କ୍ରାନ୍ତି, ତୃତୀୟ ଦିନ ହେଉଛି ଭୂମି ଦହନ ଓ ତାପରଦିନ ହେଉଛି ବସୁମତି ସ୍ନାନ। ଝିଅ ମାନେ ଏହି ତିନିଦିନ ଯାକ କୌଣସି କାମ କରିନଥାନ୍ତି।

ସହରଠୁ ଅଧିକ ଗାଁରେ ରଜକୁ ଲୋକେ ଅଧିକ ଯାକଜକମରେ ପାଳନ କରିଥାନ୍ତି। ଗାଁର ଝିଅ , ବୋହୂଙ୍କଠୁ ଆରମ୍ଭ କରି ପୁରୁଷ ଓ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ଢଙ୍ଗରେ ରଜକୁ ପାଳନ କରିଥାନ୍ତି। କାରଣ ବର୍ଷକୁ ଥରେ ରଜ ଆସିଛି। ଗାଁ ଦାଣ୍ଡରେ ତାସ, କବାଡିର ଆସର ଜମିଥାଏ।

ସହରରେ ଗାଁର ମହକ ନଥିଲେ ଅନେକ ସ୍ଥାନରେ ଯେଉଁ ମାନେ ବାହାରେ ରହୁଛନ୍ତି ସେମାନେ ବି ଏହି ରଜପର୍ବକୁ ପାଳନ କରିଥାନ୍ତି। ରଜ ଲାଗି ମଝିରେ ଆଉ ୨ଦିନ ବାକିଥିବାରୁ ପ୍ରସ୍ତୁତି ସବୁଠି ଜୋରସୋରରେ ଚାଲିଛି।

Comment