ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତକୁ ଲାଗିଛି ଧାୱନ ଝଟକା। ଆହତ କାରଣରୁ ୩ ସପ୍ତାହ ପାଇଁ ବିଶ୍ୱକପ୍‌ରୁ ବାହାର ହେବାପରେ ତାଙ୍କ ବଦଳରେ ଭାରତର ବିଶ୍ୱକପ୍‌ ସ୍କ୍ୱାଡ୍‌ରେ କିଏ ସାମିଲ ହେବ ସେନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ତେବେ ଏହି ଚର୍ଚ୍ଚାରେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଯୁବା ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତ।

୨୦୧୯ ବିଶ୍ୱକପ୍‌ ଆରମ୍ଭ ପୂର୍ବରୁ ଟିମ୍‌ ଇଣ୍ଡିଆରେ ରିଷଭ ପନ୍ତଙ୍କୁ ନେବା ଲାଗି ବହୁ ବାଦ ବିବାଦ ସୃଷ୍ଟି ହୋଇଥିଲା। ଅନେକ ବରିଷ୍ଠ ଖେଳାଳୀ ମଧ୍ୟ ରିଷଭଙ୍କୁ ବିଶ୍ୱକପ୍‌ରେ ନେବା ଲାଗି ପ୍ରସ୍ତାବ ଦେଇଥିଲେ। ନିଜର ଦମ୍‌ଦାର ପ୍ରଦର୍ଶନ ପାଇଁ ସମସ୍ତଙ୍କ ମନ ଜିଣି ପାରିଥିଲେ ପନ୍ତ। ହେଲେ ଅଭିଜ୍ଞତା କାରଣରୁ ବିସିସିଆଇର ଚୟନ କମିଟି ପନ୍ତଙ୍କ ବଦଳରେ ଦିନେଶ କାର୍ତ୍ତିକଙ୍କୁ ଟିମ୍‌ରେ ନେଇଥିଲେ।

ବର୍ତ୍ତମାନ ବିଶ୍ୱକପ୍‌ରେ ଡେବ୍ୟୁ କରିବା ପାଇଁ ରିଷଭ ପନ୍ତଙ୍କୁ ଆଉ ଗୋଟିଏ ସୁଯୋଗ ମିଳିପାରେ। ଧାୱନଙ୍କ ଟିମ୍‌ରୁ ବାହାର ହେବାପରେ ଏବେ ସମସ୍ତଙ୍କ ନଜର ପନ୍ତଙ୍କ ଉପରେ। ଆଙ୍ଗୁଠି ଭାଙ୍ଗିଯିବାରୁ ଶିଖର ଧାୱନ ଏବେ ୩ ସପ୍ତାହ ପର୍ଯ୍ୟନ୍ତ ବିଶ୍ୱକପ୍‌ରୁ ବାହାର ଅଛନ୍ତି। ଏହି ସମୟରେ ରିଷଭଙ୍କୁ ଟିମ୍‌ରେ ସାମିଲ କରିବା ନେଇ ଚର୍ଚ୍ଚା ଜୋର ଧରିଛି।

ଧାୱନଙ୍କ ବଦଳରେ ରିଷଭଙ୍କ ସହିତ ଶ୍ରେୟସ ଆୟରଙ୍କ ନାଁ ସାମ୍ନାକୁ ଆସୁଛି। ଆଇପିଏଲ୍‌ରେ ଶ୍ରେୟସ ଆୟର ବହୁତ ଭଲ ପ୍ରଦର୍ଶନ କରିଥିଲେ। ସେ ଥିଲେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ। ତେବେ ଧାୱନଙ୍କ ବଦଳରେ ବିଶ୍ୱକପ୍‌ ସ୍କ୍ୱାଡ୍‌ କିଏ ହେବ ସାମିଲ? ପନ୍ତ୍‌ ନା ଆୟର। ତାହା ଆଗାମୀ ଦିନରେ ସ୍ପଷ୍ଟ ହେଇଯିବ।

Comment