ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତକୁ ଲାଗିଛି ଧାୱନ ଝଟକା। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ବୁଢ଼ା ଆଙ୍ଗୁଳି ଭାଙ୍ଗିଯାଇଥିବାରୁ ଆଗାମୀ ୩ ସପ୍ତାହ ପାଇଁ ବିଶ୍ୱକପ୍‌ରୁ ବାହାର ହେଲେ ଶିଖର ଧାୱନ। ତେବେ ତାଙ୍କ ବଦଳରେ ଭାରତର ବିଶ୍ୱକପ୍‌ ସ୍କ୍ୱାଡ୍‌ରେ କିଏ ସାମିଲ ହେବ ସେନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ତେବେ ଏହି ଚର୍ଚ୍ଚାରେ ଗାର ଟାଣିଲା ବିସିସିଆଇ। ଧାୱନଙ୍କ ସ୍ଥାନରେ କୌଣସି ଖେଳାଳିଙ୍କୁ ଲଣ୍ଡନ ପଠାଯିବ ନାହିଁ ବୋଲି ମଙ୍ଗଳବାର ବସିସିଆଇ କହିଛି।

“ଆହତ କାରଣରୁ ଟିମ୍‌ ଇଣ୍ଡିଆର ଓପନର ଶିଖର ଧାୱନ ବିଶ୍ୱକପ୍‌ରୁ ବାହାର ଅଛନ୍ତି। ଧାୱନଙ୍କ ବୁଢ଼ା ଅଙ୍ଗୁଳିରେ ସାମାନ୍ୟ ଫ୍ରାକଚର୍‌ ହୋଇଛି। ସେ ଦୁଇ ସପ୍ତାହ ମଧ୍ୟରେ ଠିକ୍‌ ହୋଇଯିବେ ବୋଲି ଆଶା କରାଯାଉଛି। ତେବେ ତାଙ୍କ ବଦଳରେ କୌଣସି ଖେଳାଳିଙ୍କୁ ଇଂଲଣ୍ଡ ପଠାଯିବ ନାହିଁ” ବସିସିଆଇ କହିଛି।

ବର୍ତ୍ତମାନ ଧାୱନ ବିସିସିଆଇ ମେଡିକାଲ ଟିମ୍‌ର ଅବର୍ଜଭେସନରେ ଅଛନ୍ତି। ଦୁଇ ସପ୍ତାହ ମଧ୍ୟରେ ଠିକ୍‌ ହୋଇ ବିଶ୍ୱକପ୍‌ ଫେରିବେ ବୋଲି ବସିସିଆଇ ପକ୍ଷରୁ କୁହାଯାଇଛି।

Comment