ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଏଥର ରଜ ବଜାରରେ ସିନେମା ହଲରେ ଡବଲ ଲଭ୍ ଲଢ଼େଇ ହେବ। ମୁହାଁମୁହିଁ ହେବେ ସ୍ୱରାଜ ଓ ବାବୁସାନ। ଏଥର ରଜରେ ଦର୍ଶକ ଦୁଇ ଦୁଇଟି ଫିଲ୍ମର ମଜା ନେଇ ପାରିବେ।  ଗୋଟିଏ ହେଉଛି ବାବୁସାନ ଆଉ ତମନ୍ନାଙ୍କ ‘ଗୋଲମାଲ ଲଭ୍’। ଆଉ ଗୋଟିଏ ସ୍ୱରାଜ ଭୂମିକାଙ୍କର ‘ତୁ ମୋ ଲଭ ଷ୍ଟୋରି ୨’। ପ୍ରତି ବର୍ଷ ଭଳି ଏଥର ତରଙ୍ଗ ସିନେ ପ୍ରଡକ୍ସନ ଏହି ଫିଲ୍ମ ଦର୍ଶକଙ୍କୁ ଭେଟି ଦଉଛି। ଦୁଇଟି ରୋମଣ୍ଟିକ ଫିଲ୍ମକୁ ନେଇ ଏଥର ରଜ ବଜାର ସରଗରମ ହେବାକୁ ଯାଉଛି।

ଦୁଇଟି ଯାକ ଫିଲ୍ମର ଭିନ୍ନ ଭିନ୍ନ ବିଶେଷତ୍ୱ ରହିଛି। ଗୋଟିଏ ପଟେ ବାବୁସାନଙ୍କ ସହ ତମନ୍ନାଙ୍କୁ ପ୍ରଥମ ଥର ଦେଖିବାକୁ ମିଳୁଥିଲା ବେଳେ ଅନ୍ୟପଟେ ସ୍ୱରାଜ ଆଉ ଭୂମିକାଙ୍କୁ ପରଦାରେ ପୁଣିଥରେ ଦେଖିବାକୁ ମିଳିବ। ତୁ ମୋ ଲଭ୍ ଷ୍ଟୋରିର ପ୍ରଥମ ଭାଗରେ ଦେଖିବାକୁ ମିଳିଥିଲା।

ଗୋଲମାଲ ଲଭ୍

ଏଥିରେ ମୁଖ୍ୟ ଚରିତ୍ରରେ ବାବୁସାନ ଓ ତମନ୍ନା ଥିଲା ବେଳେ ବିଜୟ ମହାନ୍ତି,  ଓ ଶ୍ରୀତମ ଦାସ ପ୍ରମୁଖଙ୍କୁ ଦେଖିବାକୁ ମିଳିବ। ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର । ଏହା ଏକ ସୁପର କମେଡି ଫିଲ୍ମ ବୋଲି ଜଣାପଡିଛି । ବାବୁସାନଙ୍କ ଏହି ଫିଲ୍ମରେ ଦର୍ଶକ ହସି ହସି ବେଦମ ହେବେ ବୋଲି କୁହାଯାଉଛି।


ତୁ ମୋ ଲଭ ଷ୍ଟୋରି -୨

ଏହି ସିନେମାର ନିଦେ୍ର୍ଦଶକ ହେଲେ ତାପସ ସରଘରିଆ ଏହା ଏକ ଟିନ୍‌ ଏଜର୍‌ ରୋମାଣ୍ଟିକ ଫିଲ୍ମ । ଏହି ସିନେମାରେ ଦର୍ଶକ ପୁଣି ଥରେ ‘ତୁ ମୋ’ ଲଭଷ୍ଟୋରି’ର ହିଟ୍‌ ଯୋଡି ସ୍ୱରାଜ – ଭୂମିକାଙ୍କୁ ଦେଖିବାକୁ ପାଇବେ । ଏହି ସିନେମାରେ ସିଦ୍ଧାନ୍ତ ଓ ଅନୁ ଚୌଧୁରୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶକ ହେଲେ ପ୍ରେମ ଆନନ୍ଦ ।

Comment