ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତଠାରୁ ହାରିବା ପରେ ଆଜି ପାକିସ୍ତାନକୁ ଭେଟିବ କଙ୍ଗାରୁ ଟିମ୍‌।

କ୍ରିକେଟ୍‌ ମହାସମର ବିଶ୍ୱକପରେ ଆଜି ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଭେଟିବ ପାକିସ୍ତାନ। ବୁଧବାର ଦିନ ୩ଟାରେ ଲଣ୍ଡନର ଟଣ୍ଟନଠାରେ ଏହି ହାଇଭୋଲ୍ଟେଜ୍‌ ମ୍ୟାଚ୍‌ ଖେଳାଯିବ। ତେବେ ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ଟସ୍‌ ଜିତି ଅଷ୍ଟ୍ରେଲିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି।

ଜୁନ୍‌ ୯ରେ ଭାରତଠାରୁ ହାରିବା ପରେ ଆଜି ପାକିସ୍ତାନକୁ ଭେଟିବ କଙ୍ଗାରୁ ଟିମ୍‌। ଚଳିତ ବିଶ୍ୱକପରେ ଅଷ୍ଟ୍ରେଲିଆ ଟିମ୍‌ ଜବରଦସ୍ତ ଫର୍ମରେ ଅଛି। ଭାରତକୁ ଛାଡ଼ିଲେ ୱାର୍ମଅପ୍‌ ହେଉ ଅବା ଟୁର୍ଣ୍ଣାମେଣ୍ଟ, ସବୁ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବାଜି ମାରିଛି। ତେବେ ଆଜି ପାକିସ୍ତାନକୁ ଭାରି ପଡ଼ିପାରେ ଅଷ୍ଟ୍ରେଲିଆ।

ବିଶ୍ୱକପରେ ପାକିସ୍ତାନ ଏପର୍ଯ୍ୟନ୍ତ ୩ଟି ମ୍ୟାଚ୍‌ ଖେଳିଛି। ଗୋଟିକରେ ଇଂଲଣ୍ଡଠାରୁ ଜିତିଥିବା ବେଳେ ଅନ୍ୟମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌ଠାରୁ ହାରିଛି। ତେବେ ବର୍ଷା ଯୋଗୁଁ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ ବାତିଲ ହୋଇଥିଲା। ବର୍ତ୍ତମାନ ବିଶ୍ୱକପ ପଏଣ୍ଟ ଟେବୁଲ୍‌ରେ ଅଷ୍ଟ୍ରେଲିଆ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ପାକିସ୍ତାନ ଅଷ୍ଟମ ସ୍ଥାନରେ ରହିଛି।

Comment