ଓଡ଼ିଶାଲାଇଭ୍ ବ୍ୟୁରୋ

ପାକିସ୍ତାନ ଟିମ୍ ଆଗରେ ରନର ପାହାଡ଼ ଛିଡ଼ା କରିଛି ଟିମ୍ ଇଣ୍ଡିଆ। ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ ହରାଇ ୩୩୬ ରନ କରିଛି ଟିମ୍ ଇଣ୍ଡିଆ। ୩୩୭ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଛି ପାକିସ୍ତାନ।

ଟିମ୍ ଇଣ୍ଡିଆ ପକ୍ଷରୁ ରୋହିତ ଶର୍ମା ଏବଂ ବିରାଟ କୋହଲି ଦମଦାର ବ୍ୟାଟିଂ କରିଛନ୍ତି। ରୋହିତ ଅନ୍ତର୍ଜାତୀୟ ଦିନିକିଆରେ ୨୪ତମ ଶତକ ହାସଲ କରିଥିବା ବେଳେ ବିରାଟ କୋହଲି ଦ୍ରୁତ ରନ୍ ସଂଗ୍ରହ କରି ସ୍କୋରକୁ ଆଗକୁ ନେଇଥିଲେ।

ରୋହିତ ୧୧୩ ବଲରେ ୧୪ ଚୌକା, ୩ଟି ଛକା ସହ ୧୪୦ ରନ୍ କରିଥିଲେ। ସେହିପରି କୋହଲି ୬୫ ବଲରେ ୭ଟି ଚୌକା ବଳରେ ୭୭ ରନ୍ କରିଥିଲେ।

ଆଜିର ମ୍ୟାଚରେ ପାକିସ୍ତାନ ଟସ୍ ଜିତିଥିଲେ ମଧ୍ୟ ଭାରତୀ ଟିମ୍‌କୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରିତ କରିଥିଲା। ପାକିସ୍ତାନ ଆଗରେ ୩୩୭ ରନର ଟାର୍ଗେଟ ରଖିଛି ଭାରତ।

Comment