ଓଡ଼ିଶାଲାଇଭ୍‌ ବ୍ୟୁରୋ

କ୍ରିକେଟ୍‌ ମହାସମର ଦେଖିବାକୁ ମିଳିବ ଭାରତ-ପାକିସ୍ତାନ ମଧ୍ୟରେ ମହାମୁକାବିଲା। ଲଣ୍ଡନର ମାଞ୍ଚେଷ୍ଟରଠାରେ ଭାରତ ଭେଟିବ ତା’ର ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ। ଭାରତ ସମୟ ଅନୁଯାୟୀ ଦିନ ୩ଟା ବେଳେ ଏହି ହାଇଭୋଲ୍ଟେଜ୍‌ ମ୍ୟାଚ୍‌ ଆରମ୍ଭ ହେବ।

ଚଳିତ ବିଶ୍ୱକପରେ ଭାରତ ଏପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ଏବଂ ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍‌ ଖେଳି ୨ଟି ଯାକରେ ଜିତିଛି। ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ ବର୍ଷା ପାଇଁ ବାତିଲ ହେବା ପରେ ଉଭୟ ଟିମ୍‌କୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଥିଲା। ବିଶ୍ୱକପ ପଏଣ୍ଟ ଟେବୁଲରେ ଭାରତ ବର୍ତ୍ତମାନ ଚତୁର୍ଥ ସ୍ଥାନରେ ରହିଛି।

 

ସେହିପରି ପାକିସ୍ତାନ ଏପର୍ଯ୍ୟନ୍ତ ୩ଟି ମ୍ୟାଚ୍‌ ଖେଳି ଇଂଲଣ୍ଡ ବିପକ୍ଷ ମାତ୍ର ଗୋଟିଏ ମ୍ୟାଚ୍‌ରେ ଜିତିଛି। ୱେଷ୍ଟଇଣ୍ଡିଜ୍ ଏବଂ ଅଷ୍ଟ୍ରେଲିଆଠାରୁ ହାରିବା ପରେ ଆଜି ଭାରତ ସହ ମୁହାଁମୁହିଁ ହେବ ପାକିସ୍ତାନ। ବର୍ତ୍ତମାନ ପାକିସ୍ତାନ ବିଶ୍ୱକପ ପଏଣ୍ଟ ଟେବୁଲରେ ଅଷ୍ଟମ ସ୍ଥାନରେ ରହିଛି।

ସମଗ୍ର ବିଶ୍ୱ ଦରବାରର ନଜର ଏବେ ଭାରତ-ପାକିସ୍ତାନ ଉପରେ। ମାଞ୍ଚେଷ୍ଟରଠାରେ ଦିନ ୩ଟା ବେଳେ ହେବାକୁ ଥିବା ଏହି ମ୍ୟାଚ୍‌ର ବାଧକ ସାଜିପାରେ ବର୍ଷା। ବର୍ଷା ପାଇଁ ଏପର୍ଯ୍ୟନ୍ତ ବିଶ୍ୱକପରେ ୪ଟି ମ୍ୟାଚ୍‌ ବାତିଲ ହୋଇସାରିଛି। ଆଜି ମାଞ୍ଚେଷ୍ଟରରେ ପାଗ କୋହଲା ରହିଛି। ତେବେ ଯଦି ବର୍ଷା ନହୁଏ ତେବେ ପାକିସ୍ତାନକୁ ହରାଇ ଭାରତ ତା’ର ବିଜୟଧାରା ବଜାୟ ରଖିବା ଲକ୍ଷ୍ୟ ନେଇ ଖେଳିବ।

Comment