ଓଡ଼ିଶାଲାଇଭ୍ ବ୍ୟୁରୋ

ଅପରେସନ ସିନ୍ଦୂର ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିଲା। ପରେ ଦୁଇ ଦେଶ ପରସ୍ପର ବୁଝାମଣା କରି ଅସ୍ତ୍ରବିରତି ଲାଗୁ କରିଛନ୍ତି। ଏହାପରେ ପାକିସ୍ତାନରେ ଆତଙ୍କବାଦୀଙ୍କ ବିରୋଧରେ କରାଯାଇଥିବା ଆକ୍ରମଣ ବିଷୟରେ ବିସ୍ତୃତ ଭାବେ ସୂଚନା ଦେଇଛି ଭାରତୀୟ ସେନା।

ଭାରତର ଡିଜିଏମଓ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ କହିଛନ୍ତି, ‘ଅପରେସନ ସିନ୍ଦୂର’ କୌଣସି ଯୁଦ୍ଧ ଠାରୁ କମ୍ ନଥିଲା। ଦୁଇଦେଶ ମଧ୍ୟରେ ୩ ଦିନ ସଂର୍ଘଷ ଚାଲିଥିଲା। ଏଥିରେ ୫ ଜଣ ଭାରତୀୟ ଯବାନ ଓ ଜଣେ ଅଧିକାରୀ ସହିଦ ହୋଇଛନ୍ତି।

ସେହିପରି ପାକିସ୍ତାନ ସେନାର ପାଖାପାଖି ୩୫ରୁ ୪୦ ଯବାନଙ୍କ ଏଥିରେ ମୃତ୍ୟୁ ହୋଇଛି। ପାକିସ୍ତାନକୁ କଡ଼ା ଜବାବ ଦିଆଯାଇଛି, ଯାହାକୁ ସେ ଦୀର୍ଘଦିନ ଧରି ଭୁଲି ପାରିବ ନାହିଁ ବୋଲି କହିଛନ୍ତି ଡିଜିଏମଓ। ଅନ୍ୟପଟେ ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲେ ଭାରତ ଏହାର କଡ଼ା ଜବାବ ଦେବାକୁ ପ୍ରସ୍ତୁତ ରହିଛି ବୋଲି ସେ କହିଛନ୍ତି।

Tags: #RajivGhai #OperationSindoor #IndiaVsPakistan #War

Comment