ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଏନେଇ ପୁରୀରେ ଭକ୍ତଙ୍କ ସମାଗମ ଲାଗି ରହିଛି। ଶ୍ରଦ୍ଧାଳୁଙ୍କ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି।

ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ପୁରୀ ଜିଲ୍ଲାପାଳ ବଲଓ୍ୱନ୍ତ ସିଂହ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି, ‘‘ବର୍ତ୍ତମାନ ପର୍ଯ୍ୟନ୍ତ ସବୁ ଶାନ୍ତି ଶୃଙ୍ଖଳାର ସହ ଚାଲିଛି। ଯେଉଁ ଅନୁସାରେ ନୀତି ନିର୍ଘଣ୍ଟ କରାଯାଇଥିଲା ସେହି ଅନୁସାରେ ସବୁ ଠିକଠାକ ଚାଲିଛି। କିଛି ଦିନ ପୂର୍ବରୁ ପୁରୀକୁ ସାମୁଦ୍ରିକ ଝଡ଼ ଫନିର ବିପଦ ଆସିଥିଲା। ମହାପ୍ରଭୁ ଜଗନ୍ନାଥଙ୍କ ଆଶର୍ବାଦ ଯୋଗୁଁ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ଚାଲିଛି। ଆଗକୁ ରଥଯାତ୍ରା ମଧ୍ୟ ସୁରୁଖୁରୁରେ ଚାଲିବ ବୋଲି ମୋର ଆଶା ରହିଛି।’’

LEAVE A REPLY

Please enter your comment!
Please enter your name here