ଓଡ଼ିଶାଲାଇଭ୍ ବ୍ୟୁରୋ

ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନଠାରୁ ଭାରତ ମ୍ୟାଚ ଜିତିବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।

ସେ ଟ୍ୱିଟ କରି କହିଛନ୍ତି, ‘‘ପାକିସ୍ତାନ ଉପରେ ଭାରତର ଆଉ ଏକ ଷ୍ଟ୍ରାଇକ ସଫଳ ହୋଇଛି। ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଟିମ୍ ଇଣ୍ଡିଆର ସମସ୍ତଙ୍କୁ ଅଭିନନ୍ଦନ। ଏଥିପାଇଁ ସବୁ ଭାରତୀୟ ଗର୍ବିତ।’’

ବିଶ୍ୱକପର ଭାରତ-ପାକିସ୍ତାନ ମ୍ୟାଚକୁ ସେ ୨୦୧୬ରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ ସହ ତୁଳନା କରିଛନ୍ତି।

ବିରାଟ ବାହିନୀ ରବିବାର ପାକିସ୍ତାନ ବିପକ୍ଷରେ ୮୯ରନରେ ବିଜୟୀ ହେବା ପରେ ଟ୍ୱିଟରେ ଶୁଭେଛାର ସୁଅ ଛୁଟିଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟ୍ୱିଟ କରି କହିଥିଲେ, “୨୦୧୯ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ବିଜୟ ପାଇଁ ଭାରତୀୟ ଦଳକୁ ଅଭିନନ୍ଦନ। ଏହି ମ୍ୟାଚରେ ଭାରତୀୟ ଦଳର ସୁନ୍ଦର ପ୍ରଦର୍ଶନ ପାଇଁ ଆମେ ଗର୍ବିତ।’’

କିରନ ରିଜୁ ଟ୍ୱିଟ କରି କହିଥିଲେ, “ଏହି ମ୍ୟାଚରେ ଭାରତ ବଡ ଦଳ ଭାବେ ଉଭା ହେବ ଓ ପାକିସ୍ତାନ ପରାଜୟ ଲାଭ କରିବ ବୋଲି ମୁଁ ଜାଣିଥିଲି। ଅଭିନନ୍ଦନ ଭାରତୀୟ ଦଳ”।

ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଟ୍ୱିଟ କରିଥିଲେ, “ଭାରତର ଚମତ୍କାର ପ୍ରଦର୍ଶନ ପାଇଁ ଦେଶ ଗର୍ବିତ। ପାକିସ୍ତାନ ପରାଜୟ ହେବ ଜାଣି ମଧ୍ୟ ନିଜେ ନିଜକୁ ଟ୍ୱିଟରେ ସମାଲୋଚନା କରିଥିଲା।’’

Comment