ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୋମବାର ଆଇସିସି କ୍ରିକେଟ୍‌ ବିଶ୍ୱକପର ୨୪ତମ ମ୍ୟାଚରେ ଓ୍ଵେଷ୍ଟଇଣ୍ଡିଜକୁ ଭେଟିଛି ବାଂଲାଦେଶ। ଏହି ହାଇଭୋଲ୍ଟେଜ୍‌ ମ୍ୟାଚ୍‌ରେ ବାଂଲାଦେଶ ଟସ୍‌ ଜିତି ଇଣ୍ଡିଜ୍‌ ଦଳକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଫଳରେ ଓ୍ଵେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୩୨୧ରନ୍‌ ସଂଗ୍ରହ କରିଛି।

ଓ୍ଵେଷ୍ଟଇଣ୍ଡିଜ ଦଳପକ୍ଷରୁ ଓପନିଂ ପାଇଁ ପଡ଼ିଆକୁ ଓହ୍ଲାଇଥିଲେ ଦୁର୍ଦ୍ଦଶ ବ୍ୟାଟ୍ସମ୍ୟାନ୍‌ କ୍ରିସ୍‌ ଗେଲ୍‌। ହେଲେ ଆଜି ମ୍ୟାଚ୍‌ରେ ଗେଲ୍‌ଙ୍କ ଝଡ଼ ଦେଖିବାକୁ ମିଳିନଥିଲା। କୌଣସି ଖାତା ଖୋଲି ନପାରି ମହମ୍ମଦ ସାଇଫୁଦ୍ଦିନଙ୍କ ବଲ୍‌ରେ କ୍ୟାଚ୍‌ ଆଉଟ୍‌ ହୋଇ ପାଭିଲିୟନ୍‌ ଫେରିଥିଲେ।

ଏହା ପରେ ଇଣ୍ଡିଜ୍‌ ଟିମର ମଙ୍ଗ ଧରିଥିଲେ ସାହି ହୋପ ଏବଂ ଇବିନ ଲିଓ୍ଵିସ। ଦଳ ପକ୍ଷରୁ ସାହି ହୋପ ସର୍ବାଧିକ ୯୬ ରନ କରିଥିବା ବେଳେ ଇବିନ ଲିଓ୍ଵିସ ୭୦ ରନ କରିଛନ୍ତି। ଉଭୟଙ୍କ ଜବରଦସ୍ତ ବ୍ୟାଟିଂ ବଳରେ ୩୨୧ ରନ୍‌ର ବଡ଼ ସ୍କୋର କରିପାରିଛି ଇଣ୍ଡିଜ୍‌ ଟିମ୍‌।

ବେଶ ଭଲ ଇଂନିସ ଖେଳି ୩୨୧ରନର ବିଶାଳ ସ୍କୋର କରିପାରିଛି ଓ୍ଵେଷ୍ଟଇଣ୍ଡିଜ। ଶେଷ ମୁହୂର୍ତ୍ତରେ ବାଂଲାଦେଶ ବୋଲିଂ ଆଗରେ ତିଷ୍ଠି ପାରିନଥିବା ଇଣ୍ଡିଜ ଦଳ। ବାଂଲାଦେଶ ପକ୍ଷରୁ ମହମ୍ମଦ ସାଇଫୁଦିନ ଓ ମୁସ୍ତାଫିଜୁର ରେହମାନ ୨ଟି ଲେଖାଏଁ ଓ୍ଵିକେଟ ନେଇଥିଲେ।

ବର୍ତ୍ତମାନ ବାଂଲାଦେଶକୁ ଜିତିବାକୁ ହେଲେ  ୩୨୨ରନ ବିଜୟଲକ୍ଷ୍ୟ ରହିଛି।

Comment