ଓଡ଼ିଶାଲାଇଭ୍ ବ୍ୟୁରୋ

  • ଧାଡ଼ି ପହଣ୍ଡିରେ ସ୍ନାନ ମଣ୍ଡପକୁ ଆସିଲେ ମହାପ୍ରଭୁ
  • ଦିନ ୧୧ଟାରୁ ଦିବ୍ୟସ୍ନାନ
  • ଅପରାହ୍ଣ ୪ଟାରୁ ମହାପ୍ରଭୁଙ୍କ ହାତୀ ବେଶ

ରତ୍ନବେଦୀ ଛାଡ଼ି ସ୍ନାନମଣ୍ଡପକୁ ଆସିଛନ୍ତି ଶ୍ରୀଜୀଉ। ସେବାୟତମାନେ ତିନି ଠାକୁରଙ୍କୁ ଧାଡ଼ି ପହଣ୍ଡିରେ ସ୍ନାନମଣ୍ଡପରେ ବିଜେ କରିବା ପରେ ସ୍ୱତନ୍ତ୍ର ନୀତିକାନ୍ତିରେ ପୂଜାର୍ଚ୍ଚନା କରାଯିବ। ପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧା ମୂର୍ତ୍ତି। ସୁନାକୁଅରୁ ଗରାବଡ଼ୁ ପାଣି ଅଣାଯିବ।

ଆଜି ସକାଳୁ ସେବାୟତମାନେ ମହାପ୍ରଭୁଙ୍କୁ ଧାଡ଼ି ପହଣ୍ଡିରେ ସ୍ନାନମଣ୍ଡପକୁ ଆଣିଥିଲେ। ପ୍ରଥମେ ମହାପ୍ରଭୁ ସୁଦର୍ଶନଙ୍କୁ ପହଣ୍ଡି କରାଯାଇଥିଲା। ପରେ ବଳଭଦ୍ର, ସୁଭଦ୍ରା ଏବଂ ଶେଷରେ ଜଗନ୍ନାଥଙ୍କ ପହଣ୍ଡି କରାଯାଇଥିଲା।

ପରମ୍ପରା ଅନୁଯାୟୀ ମହାପ୍ରଭୁ ଜଗନ୍ନାଥ ୩୫ ଗରା, ବଳଭଦ୍ର ୩୩, ଦେବୀ ସୁଭଦ୍ରା ୨୨ ଏବଂ ସୁଦର୍ଶନ ୧୮ ଗରା ଜଳରେ ସ୍ନାନ କରାଯିବ। ମହାପ୍ରଭୁଙ୍କ ସ୍ନାନଯାତ୍ରା ଦେଖିବା ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି।

ଅପରାହ୍ଣ ୪ଟାରୁ ମହାପ୍ରଭୁ ହାତୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ହାତୀ ବେଶ ଦର୍ଶନ କରିବା ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି।

୧୪ ଦିନ ପର୍ଯ୍ୟନ୍ତ ସେ ଅଣସର ଘରେ ରହିବେ ମହାପ୍ରଭୁ। ୧୦୮ ଗରା ପାଣିରେ ସ୍ନାନ କରିଥିବାରୁ ମହାପ୍ରଭୁଙ୍କୁ ଜର ହେବ। ରାଜ ବୈଦ୍ୟ ତାଙ୍କର ଉପଚାର କରିବେ। ଅଣସର ଘରୁ ବାହାରିବା ପରେ ମହାପ୍ରଭୁ ରଥରେ ବସି ମାଉସୀ ଘରକୁ ଯିବେ।

LEAVE A REPLY

Please enter your comment!
Please enter your name here