ଓଡିଶାଲାଇଭ ବ୍ୟୁରୋ

ଭାରତ ବିଶ୍ୱର ସବୁଠୁ ଅଧିକ ଜନସଂଖ୍ୟାବହୁଳ ଦେଶ ହେବ। ଆଗାମୀ ୮ ବର୍ଷ ମଧ୍ୟରେ ଚୀନ ଜନସଂଖ୍ୟାକୁ ଟପିବ ଭାରତ। ଏନେଇ ମିଳିତ ଜାତିସଂଘ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି।

ଚୀନ ଜନସଂଖ୍ୟା ୨୦୧୯ରୁ ୨୦୫୦ ମଧ୍ୟରେ ୨.୨ ପ୍ରତିଶତ ହ୍ରାସ ପାଇବ ଏବଂ ଏହି ସମୟରେ ଭାରତ ଚୀନକୁ ଜନସଂଖ୍ୟାରେ ପଛରେ ପକାଇବ ବୋଲି ମିଳିତ ଜାତିସଂଘ ରିପୋର୍ଟରେ ଦର୍ଶାଇଛି।

ସହିପରି ବିଶ୍ୱ ଜନସଂଖ୍ୟା ମଧ୍ୟ ୨୦୫୦ବେଳକୁ ୨୦୦ କୋଟି ବଢି ୭୭୦ କୋଟିରୁ ୯୭୦ କୋଟିରେ ପହଞ୍ଚିବ। ସେଥିରୁ ଅଧା ଜନସଂଖ୍ୟା ଭାରତ ସମେତ, ନାଇଜେରିଆ, ପାକିସ୍ତାନ, କଙ୍ଗୋ, ଇଥିଓପିଆ, ତାନଜାନିଆ, ଇଣ୍ଡୋନେସିଆ, ଇଜିପ୍ଟ, ଏବଂ ଆମେରିକା ଆଦି ଦେଶର ଥିବ।

ମିଳିତ ଜାତିସଂଘ ରିପୋର୍ଟ ଦର୍ଶାଇଛି ଯେ ଆଫ୍ରିକାର ଜନସଂଖ୍ୟା ୨୦୫୦ ବେଳକୁ ଦୁଇଗୁଣ ହୋଇଯାଇଥିବ।

Comment