ଓଡ଼ିଶାଲାଇଭ୍ ବ୍ୟୁରୋ

Alarnath Temple- Bramhagiri

ଅଣସର ସମୟରେ ମହାପ୍ରଭୁଙ୍କ ବିକଳ୍ପ ଦର୍ଶନ କରିବା ପାଇଁ ଆଜିଠୁ ବ୍ରହ୍ମଗିରିସ୍ଥିତ ଅଲାରନାଥ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼।

ସରିଛି ମହାପ୍ରଭୁଙ୍କ ମହାସ୍ନାନ। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଥିବାରୁ ମହାପ୍ରଭୁଙ୍କୁ ଜର ହୋଇଛି। ଏଥିପାଇଁ ମହାପ୍ରଭୁ ଅଣସର ଗୃହରେ ରହିଛନ୍ତି। ଅଣସର ପିଣ୍ଡିରେ ମହାପ୍ରଭୁଙ୍କ ଗୁପ୍ତ ନୀତି କରାଯାଉଛି। ମହାପ୍ରଭୁଙ୍କ ଅଣସର ସମୟରେ ବିକଳ୍ପ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପଟ ଦିଅଁ ବିଜେ କରାଯାଇଛି। ଅଣସର ଦ୍ୱାର ସମ୍ମୁଖରେ ପଟ ଦିଅଁ ଭକ୍ତଙ୍କୁ ଦର୍ଶନ ଦେବାର ପରମ୍ପରା ରହିଛି। ଆଜିଠାରୁ ଶ୍ରଦ୍ଧାଳୁମାନେ ଏହି ପଟଦିଅଁ ଦର୍ଶନ କରିପାରିବେ।

ପରମ୍ପରା ଅନୁଯାୟୀ ଅଣସର ସମୟରେ ମହାପ୍ରଭୁଙ୍କ ବିକଳ୍ପ ଦର୍ଶନ କରିବା ପାଇଁ ବ୍ରହ୍ମଗିରିସ୍ଥିତ ଅଲାରନାଥ ଦର୍ଶନ କରିବା ପାଇଁ ଯାଇଥାନ୍ତି। କୁହାଯାଏ ଅଲାରନାଥରେ ମହାପ୍ରଭୁ ବିଜେ କରିଥାନ୍ତି। ଏହି ଅନବସର ସମୟରେ ଭକ୍ତମାନଙ୍କ ସମାଗମ ହୋଇଥାଏ। ୧୫ ଦିନ ପର୍ଯ୍ୟନ୍ତ ଅର୍ଥାତ୍ ଆଜିଠୁ ଜୁଲାଇ ୨ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଅଲାରନାଥ ମନ୍ଦିରରେ ଦର୍ଶନ କରିଥାନ୍ତି।

ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଅଲାରନାଥ ପୀଠରେ ସମସ୍ତ ବନ୍ଦୋବସ୍ତ କରାଯାଇଛି।

Comment