ଓଡ଼ିଶାଲାଇଭ ବ୍ୟୁରୋ

ବର୍ଷାୠତୁ ପ୍ରାୟ ଅଧିକାଂଶ ଲୋକଙ୍କୁ ଭଲ ଲାଗେ। ହେଲେ ଏହି ଦିନରେ ଅଧିକ ଦେହ ଖରାପ ହେବାର ଆଶଙ୍କା ବି ଥାଏ। ଏଥିସହିତ ଶରୀରର ସୌନ୍ଦର୍ଯ୍ୟ ପ୍ରଭାବିତ ହେବାର ଆଶଙ୍କା ମଧ୍ୟ ଥାଏ। ଏଥିପାଇଁ ଶରୀରର ଅଧିକ ଯତ୍ନ ନେବା ଦରକାର। ଖାସ କରି ତ୍ୱଚା ଏବଂ କେଶର ଯତ୍ନ ନେବା ଜରୁରୀ।

ମେକଅପ ପାଇଁ ଓ୍ୱାଟରପ୍ରୁଫ୍ ମସ୍କରା, ଆଇଲାଇନର ଓ ଆଇସୋଡ଼ା ବ୍ୟବହାର କରନ୍ତୁ। ଏହାଦ୍ୱାରା ମେକଅପ ସହଜରେ ଧୋଇଯିବ ନାହିଁ।

ଏହି ୠତୁ ପାଇଁ ଗାଢ଼ ରଙ୍ଗର ଗୋଲାପି, ନୀଳ କିମ୍ବା କମଳା ରଙ୍ଗର ଆଇସୋଡା ଭଲ।

ବାହାରକୁ ଯାଉଥିଲେ କେଶ ଖୋଲା ନରଖି ବାନ୍ଧି ପାରିବେ। ଏମିତି କଲେ କେଶ ଓଦା ହେବା ସମ୍ଭାବନା କମ୍ ଥାଏ। ନିୟମିତ ବ୍ୟବଧାନରେ କେଶ ସାମ୍ପୁ କରନ୍ତୁ।

ବର୍ଷାଦିନେ କମ୍ ଅଳଙ୍କାର ପିନ୍ଧିବା ମଧ୍ୟ ଭଲ। ବାହାରୁ ଆସିବା ପରେ ମୁହଁରେ ବରଫ ଘଷନ୍ତୁ। ଏହାଦ୍ୱାରା ଦେହରୁ କମ୍ ଝାଳ ବାହାରେ। ଶୀଘ୍ର ମେକଅପ ଛାଡ଼ିବ ନାହିଁ।

Comment