ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇସିସି ବିଶ୍ୱକପରେ ବୁଧବାର ନ୍ୟୁଜିଲାଣ୍ଡକୁ ଭେଟିଛି ଦକ୍ଷିଣ ଅଫ୍ରିକା। ଲଣ୍ଡନର ବର୍ମିଙ୍ଗ୍‌ହାମରେ ଖେଳାଯାଇଥିବା ଏହି ମ୍ୟାଚ୍‌ ବର୍ଷା ପାଇଁ ବିଳମ୍ବରରେ ଆରମ୍ଭ ହୋଇଥିଲା। ତେବେ ଦକ୍ଷିଣ ଅଫ୍ରିକା ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଆଗରେ ୨୪୨ ରନ୍‌ର ଟାର୍ଗେଟ୍‌ ରଖିଛି।

ଦକ୍ଷିଣ ଅଫ୍ରିକା ଦଳ ପକ୍ଷରୁ ବ୍ୟାଟ୍ସମ୍ୟାନ ରାସି ଡସେନ୍‌ ୬୭(୬୪) ଏବଂ ହାସ୍‌ସୀ ଅମଲା ୫୫(୮୩)ଙ୍କ ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ଦଳ ନିର୍ଦ୍ଧାରିତ ୪୯ ଓଭରରେ ୬ ୱିକେଟ୍ ହରାଇ ୨୪୧ ରନ୍‌ ସଂଗ୍ରହ କରିଛି।

ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ବୋଲର ଲକି ଫେର୍ଗସନଙ୍କ ବୋଲିଂରେ ଘାଇଲା ହୋଇଥିଲେ ଦକ୍ଷିଣ ଅଫ୍ରିକା ବ୍ୟାଟ୍ସମ୍ୟାନ। ଫେର୍ଗସନ ୧୦ ଓଭର ବୋଲିଂ କରି ୫୯ ରନ୍‌ ବଳରେ ସର୍ବାଧିକ ୩ଟି ୱିକେଟ୍‌ ସଂଗ୍ରହ କରିଛନ୍ତି। ବର୍ତ୍ତମାନ ନ୍ୟୁଜିଲାଣ୍ଡ ଆଗରେ ୨୪୧ ରନ୍‌ର ବିଜୟଲକ୍ଷ।

Comment