ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରାକ୍‌ ମୌସୁମୀ ପ୍ରଭାବରୁ ବୁଧବାର ରାଜ୍ୟର କିଛି ସ୍ଥାନରେ ଆଜି ବର୍ଷା ହୋଇଥିବା ବେଳେ ଏବେ ବି ଅନେକ ସ୍ଥାନରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ବିଶେଷ କରି ପଶ୍ଚିମ ଓଡ଼ିଶାରେ ଗରମର ପ୍ରଭାବ ଅଧିକ ରହିଛି। ଆଜି ରାଜ୍ୟର ୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ବୁଧବାର ରାଜ୍ୟର ଉତ୍ତପ୍ତ ସହର ଭାବେ ଝାରସୁଗୁଡ଼ାରେ ସର୍ବାଧିକ ୪୧.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଝାରସୁଗୁଡ଼ା ପଛକୁ ସମ୍ବଲପୁରରେ ୪୦.୮, ମାଲକାନଗିରିରେ ୪୦.୫, ହୀରାକୁଦରେ ୪୦.୨, ଅନୁଗୁଳ ୪୦.୧, ତାଳଚେର ୩୯.୨, ଟିଟିଲାଗଡ଼ ୩୯ ଏବଂ ସୋନପୁରରେ ୩୮.୪ ଡିଗ୍ରୀ ସେଲସିୟସ୍‌ ତାପମତ୍ରା ରହିଛି।

ସେହିପରି ରାଜଧାନୀ ଭୁବନେଶ୍ୱରରେ ବୁଧବାର ୩୭.୭ ଡିଗ୍ରୀ ତାପମାତ୍ରା ଥିବା ବେଳେ କଟକ ସହରରେ ୩୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଅନ୍ୟପକ୍ଷରେ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ ବାୟୁ। ଏହା ପୂର୍ବରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରାକ୍‌ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି। ତେବେ ଆସନ୍ତାକାଲିଠାରୁ ବର୍ଷାର ପରିମାଣ ବଢ଼ିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

Comment