ଓଡ଼ିଶାଲାଇଭ ବ୍ୟୁରୋ

ସୁସ୍ଥ ଶରୀର ସମସ୍ତେ ଚାହାଁନ୍ତି। ସେଥିପାଇଁ ଲୋକେ ଆଜିକାଲି ଯୋଗ କରିବା ଆରମ୍ଭ କରି ଦେଲେଣି। ନିଜକୁ ଫିଟ ରଖିବା ପାଇଁ ଯୋଗ କରିବା ସବୁଠୁ ଭଲ। ହେଲେ ଯୋଗ ଠିକ ଉପାୟରେ କଲେ ଏହା ସ୍ୱାସ୍ଥ୍ୟ ପାଇଁ ଭଲ। ଯଦି ଆପଣ ଭୁଲ ଢ଼ଙ୍ଗରେ ଯୋଗ କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ କ୍ଷତିକାରକ ପ୍ରମାଣିତ ହୋଇପାରେ।

 ଜାଣି ରଖନ୍ତୁ ଯୋଗ କରିବା ସମୟରେ କ’ଣ କରିବେ?

ଯୋଗ କରିବା ପୂର୍ବରୁ ପାଖାପାଖି ୨/୩ ଘଣ୍ଟା ପୂର୍ବରୁ କିଛି ବି ଭୋଜନ କରନ୍ତୁ ନାହିଁ। କାରଣ ଖାଦ୍ୟ ହଜମ କରିବା ପାଇଁ ବହୁତ ଏନର୍ଜି ଆବଶ୍ୟକ ହୋଇଥାଏ। ଏହି କାରଣରୁ ଯୋଗ ସମୟରେ ଆପଣଙ୍କୁ ଥକା ଅନୁଭବ ହୋଇପାରେ।

ଆଘାତ ଲାଗିଥିଲେ ଯୋଗ କରନ୍ତୁ ନାହିଁ। ଏମିତି କରିବା ଦ୍ୱାରା ଆପଣଙ୍କୁ ଯନ୍ତ୍ରଣା ଅନୁଭବ ହୋଇପାରେ।

ଯୋଗ କରିବା ସମୟରେ ପୋଷାକ ଉପରେ ବିଶେଷ ଧ୍ୟାନ ଦେବା ଦରକାର। ଏହି ସମୟରେ ହାଲକା ପୋଷାକ ପିନ୍ଧିବା ଆବଶ୍ୟକ। ଫଳରେ ଶରୀରରୁ ବୋହୁଥିବା ଝାଳ ଶୀଘ୍ର ଶୁଖିଯିବ।

ଯୋଶରେ ଆସି ଯୋଗ କରିବା ସମ୍ପୂର୍ଣ୍ଣ ଭୁଲ। ଏମିତି କରିବା ଦ୍ୱାରା ଆପଣଙ୍କୁ ଆଘାତ ଲାଗିପାରେ।

ଯୋଗ କରିବା ସମୟରେ ମୋବାଇଲ ଫୋନରୁ ଦୂରେଇ ରହନ୍ତୁ। ପାଖରେ ମୋବାଇଲ ଥିଲେ ଆପଣଙ୍କ ଧ୍ଆନ୍ତର୍ଜାତିକ ୟାନ ହଟିବାର ସମ୍ଭାବନା ଥାଏ।

Comment