ଓଡ଼ିଶାଲାଇଭ୍ ବ୍ୟୁରୋ

କିପଲର ଓ୍ଵେସେଲ୍ସ

ଆଇସିସି ବିଶ୍ଵକପ କ୍ରିକେଟ ଏକ ବଡ଼ ପ୍ଲାଟଫର୍ମ। ଏହା ପ୍ରତି ୪ବର୍ଷରେ ଥରେ ହୋଇଥାଏ। ବର୍ତ୍ତମାନ ବିଶ୍ଵକପର ୧୨ତମ ସଂସ୍କରଣ ଚାଲୁଅଛି। ସମସ୍ତ ଖେଳାଳିଙ୍କ ସ୍ଵପ୍ନ ବିଶ୍ଵକପ କ୍ରିକେଟରେ ନିଜ ଦେଶରୁ ପ୍ରତିନିଧିତ୍ଵ କରିବା। ତେବେ ବିଶ୍ଵକପ ଇତିହାସରେ ଏମିତି କିଛି ଖେଳାଳି ଅଛନ୍ତି ଯେଉଁମାନେ ଦୁଇଟି ଦେଶ ପକ୍ଷରୁ ବିଶ୍ଵକପ ଖେଳିଛନ୍ତି।

କିପଲର ଓ୍ଵେସେଲ୍ସ (ଅଷ୍ଟ୍ରେଲିଆ-୧୯୮୩, ଦକ୍ଷିଣ ଆଫ୍ରିକା-୧୯୯୨)

ଦକ୍ଷିଣ ଆଫ୍ରିକାରେ ଜନ୍ମଗ୍ରହଣ କରିଥିବା କିପଲର ଓ୍ଵେସେଲ୍ସ କ୍ରିକେଟରେ ଡେବ୍ୟୁ ଅଷ୍ଟ୍ରେଲିଆ ଦଳ ତରଫରୁ କରିଥିଲେ। ସେ ୧୯୮୩ ମସିହା ବିଶ୍ଵକପରେ ଅଷ୍ଟ୍ରେଲିଆ ଦଳ ପକ୍ଷରୁ ୩ଟି ମ୍ୟାଚ ଖେଳିଥିଲେ। ପରେ ଅଷ୍ଟ୍ରେଲିଆ ଦଳରୁ ବହାରିବା ପରେ ୧୯୯୨ ମସିହା ବିଶ୍ଵକପରେ ସେ ଦକ୍ଷିଣ ଆପ୍ରିକା ଦଳ ପକ୍ଷରୁ ଖେଳିଥିଲେ। ତାଙ୍କର ଦମଦାର ପ୍ରଦର୍ଶନ ଯୋଗୁଁ ଦଳ ସେମିଫାଇନାଲ ପର୍ଯ୍ୟନ୍ତ ପହଞ୍ଚି ପାରିଥିଲା। ଏହା ତାଙ୍କ କ୍ୟାରିୟରର ଶେଷ ବିଶ୍ଵକପ ଥିଲା।

ଆଣ୍ଡ୍ରେସନ କୁମିନ୍ସ (ଓ୍ଵେଷ୍ଟଇଣ୍ଡିଜ-୧୯୯୨, କାନାଡା-୨୦୦୭)

୧୯୯୨ ବିଶ୍ଵକପ ଭାରତ-ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ମ୍ୟାନ ଅଫ ଦି ମ୍ୟାଚ ହୋଇଥିବା ଆଣ୍ଡ୍ରେସନ କୁମିନ୍ସ ୨୦୦୭ ବିଶ୍ଵକପରେ କାନାଡା ପକ୍ଷରୁ ଖେଳି ସମସ୍ତଙ୍କୁ ଚମକାଇ ଦେଇଥିଲେ। ୧୯୯୨ରେ ଓ୍ଵେଷ୍ଟଇଣ୍ଡିଜ ଦଳ ତରଫରୁ ବିଶ୍ଵକପରେ ପଦାର୍ପଣ କରିଥିବା କୁମିନ୍ସ ୧୨ଟି ଓ୍ଵିକେଟ ହାସଲ କରିଥିଲେ। କାନାଡା ପକ୍ଷରୁ ବିଶ୍ଵକପ ଖେଳିବା ପୂର୍ବରୁ ଦୁରହାମ  ତରଫରୁ ୧୯୯୩ ଓ ୧୯୯୪ରେ ଖେଳିଥିଲେ।

ଇଡେ ଜୋଏସ(ଇଂଲଣ୍ଡ-୨୦୦୭, ଆର୍ୟରଲାଣ୍ଡ-୨୦୧୧,୨୦୧୫)

ଏହି ବାମ ହାତି ବ୍ୟାଟ୍ସମ୍ୟାନ ୨୦୦୭ ବିଶ୍ଵକପରେ ଇଂଲଣ୍ଡରୁ ଡେବ୍ୟୁ କରିଥିଲେ। ଏହି ବିଶ୍ଵକପରେ ସେ ଦୁଇଟି ଅର୍ଦ୍ଧଶତକ ହାସଲ କରିଥିଲେ। ପରେ ସେ ନିଜ ଦେଶ ତରଫରୁ ଖେଳିବାକୁ ନିଷ୍ପତ୍ତି ନେଇଥିଲେ। ୨୦୧୧ ଓ ୨୦୧୫ ବିଶ୍ଵକପରେ ସେ ଆର୍ୟରଲାଣ୍ଡ ପକ୍ଷରୁ ଖେଳିଥିଲେ। ୨୦୧୫ ବିଶ୍ଵକପରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ସେ ୮୪ରନ କରିଥିଲେ ଏହାସହ ଟୁର୍ଣ୍ଣାମେଣ୍ଟରେ ୩୦୦ରୁ ଉର୍ଦ୍ଧ ରନ କରିଥିଲେ। ଜୋଏସ ଅନ୍ତର୍ଜାତୀୟ କ୍ରିକେଟରେ ଜଣେ ଦମଦାର ଖେଳାଳି ଥିଲେ।

ଇୟନ ମୋର୍ଗାନ(ଆର୍ୟଲାଣ୍ଡ-୨୦୦୭, ଇଂଲଣ୍ଡ-୨୦୧୧,୨୦୧୫,୨୦୧୯)

ଚଳିତ ବିଶ୍ଵକପରେ ଚର୍ଚ୍ଚା ସୃଷ୍ଟ କରିଥିବା ଇଂଲଣ୍ଡ ଅଧିନାୟକ ଦୁଇଦେଶ ପକ୍ଷରୁ ଖେଳିସାରିଛନ୍ତି। ଆର୍ୟଲାଣ୍ଡ ଦଳ ପକ୍ଷରୁ ସେ ୨୦୦୭ ବିଶ୍ଵକପରେ ଡେବ୍ୟୁ କରିଥିଲେ। ଚମତ୍କାର ଖେଳ ପ୍ରଦର୍ଶନ ଯୋଗୁଁ ୨୦୧୧ ବିଶ୍ଵକପରେ ତାଙ୍କ ଇଂଲଣ୍ଡ ଦଳରେ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ସେ ଇଂଲଣ୍ଡ ଦଳର ଅଧିନାୟକ ଅଛନ୍ତି।

Comment