ଓଡ଼ିଶାଲାଇଭ୍ ବ୍ୟୁରୋ

୧୦ ଜଣରୁ କମ୍  ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟଗୁଡ଼ିକୁ ବନ୍ଦ କରିବାକୁ ୨୦୧୭ରେ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ଅନୁଯାୟୀ କୋରାପୁଟ ଜିଲ୍ଲାରେ ୯୦ଟି  ପ୍ରାଥମିକ ସ୍କୁଲକୁ ବନ୍ଦ କରିବାକୁ ଜିଲ୍ଲା ଶିକ୍ଷାଧିକାରୀ ନିଷ୍ପତ୍ତି ନେଇଛନ୍ତି।

୨୦୧୯-୨୦ ଆର୍ଥିକ ବର୍ଷରୁ ଏହି ୯୦ଟି ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।

କୋରାପୁଟ ଜିଲ୍ଲାରେ ୨୪୪୪ଟି  ବିଦ୍ୟାଳୟ ରହିଛି। ସେଥିମଧ୍ୟରୁ ୯୦ଟି ବିଦ୍ୟାଳୟରେ ୧୦ ଜଣରୁ କମ୍ ଛାତ୍ରଛାତ୍ରୀ ଅଛନ୍ତି। କୋରାପୁଟର ବନ୍ଧୁ ଗାଁ ବ୍ଲକରେ ୧୦ଟି ବିଦ୍ୟାଳୟ ବନ୍ଦ ହେବାକୁ ଥିବା ବେଳେ ବୈପାରିଗୁଡ଼ା ବ୍ଲକରେ ୪ଟି, ଦଶମନ୍ତପୁର ବ୍ଲକରେ ୪ଟି, ଜୟପୁର ବ୍ଲକରେ ୧ଟି, କୋରାପୁଟ ବ୍ଲକରେ ୧୧ଟି, କୋଟପାଡ଼ ବ୍ଲକରେ ୧ଟି, କୁନ୍ଦୁରା ବ୍ଲକରେ ୧ଟି, ଲମତାପୁଟ ବ୍ଲକରେ ୫ଟି, ଲକ୍ଷ୍ମିପୁର ବ୍ଲକରେ ୨୧ଟି , ନନ୍ଦପୁର ବ୍ଲକରେ ୪ଟି, ନାରାୟଣପାଟଣା ବ୍ଲକରେ ୧୧ଟି, ପଟାଙ୍ଗି ବ୍ଲକରେ ୭ଟି ଓ ସିମିଳିଗୁଡ଼ା ବ୍ଲକରେ ୧୦ଟି ବିଦ୍ୟାଳୟ ବନ୍ଦ ହେବାକୁ ଯାଉଛି।

ଜିଲ୍ଲାର ଉପାନ୍ତ ଅଞ୍ଚଳରେ ତଥା ମାଓପ୍ରବଣ ବ୍ଲକ କୁହାଯାଉଥିବା ଲକ୍ଷ୍ମୀପୁର ବ୍ଲକରେ ସର୍ବାଧିକ ୨୧ଟି ବିଦ୍ୟାଳୟ ବନ୍ଦ ହେବାକୁ ଥିବା ବେଳେ    ବନ୍ଧୁଗାଁ, କୋରପୁଟ, ନାରାୟଣ ପାଟଣା ଓ ସିମିଳିଗୁଡ଼ା ବ୍ଲକରେ ୧୦ରୁ ଅଧିକ ବିଦ୍ୟାଳୟ ବନ୍ଦ ହେବାକୁ ଯାଉଛି।

ହାଇସ୍କୁଲ ସହିତ ପ୍ରାଥମିକ ସ୍କୁଲକୁ ମିଶାଇବାର ଯୋଜନା ମଧ୍ୟ କରାଯାଇଛି।

Comment