ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଛ ଚଢିବା ପାଇଁ କୃଷକ ନିର୍ମାଣ କଲେ ‘ଟ୍ରି ବାଇକ୍‌’ – ୩୦ ସେକେଣ୍ଡରେ ପହଞ୍ଚି ହେବ ଗଛ ଉପରେ।

ଏଣିକି ଗଛ ଚଢ଼ିବ ବାଇକ୍‌। ଗଛ ଯେକୌଣସି ଉଚ୍ଚତା ବିଶିଷ୍ଟ ହେଉ ନାଁ କାହିଁକି, ଏଣିକି ବାଇକ୍‌ ସାହାଯ୍ୟରେ ଅତି ସହଜରେ ଗଛ ଚଢ଼ିହେବ। ଏଭଳି ଅସମ୍ଭବ ସମମ୍ଭବ ହୋଇପାରିଛି କର୍ଣ୍ଣାଟକରେ। କର୍ଣ୍ଣାଟକର ଜଣେ ଚାଷୀ ଏଭଳି ଏକ ବାଇକ୍‌ ନିର୍ମାଣ କରିଛନ୍ତି, ଯାହା ସାହାଯ୍ୟରେ ଗଛ ଚଢ଼ିହେବ। ଏହି ଚାଷୀଙ୍କ ନାଁ ଗଣପତି ଭଟ୍ଟ।

ଗଣପତି ହେଉଛନ୍ତି କର୍ଣ୍ଣାଟକର ମାଙ୍ଗାଳୁରୁର ବାସିନ୍ଦା। ପେଷାରେ ସେ ଜଣେ କୃଷକ। ତେବେ ଜଣେ କୃଷକ ହୋଇ ଏଭଳି ବାଇକ୍‌ ବନେଇଥିବାରୁ ଗଣପତି ଏବେ ବେଶ୍‌ ଚର୍ଚ୍ଚାରେ। ତାଙ୍କଠୁ ସେହି ବାଇକ କିଣିବାକୁ ତାଙ୍କ ଘର ଆଗରେ ଲୋକଙ୍କ ଲମ୍ବା ଲାଇନ୍‌ ଲାଗୁଛି।

ସାଧାରଣତଃ, ଗଛ ଚଢିବାରେ ଚଢିବାବେଳେ ପଡ଼ିଯିବାର ଭୟ ଥାଏ। ସେହିପରି ଚିକ୍କଣ ଗଛରେ ଚଢିବା ଆହୁରି କଷ୍ଟସାଧ୍ୟ କାମ। ତେବେ ଗଣପତିଙ୍କ ଏହି ବାଇକ୍‌ ସାହାଯ୍ୟରେ ମାତ୍ର ୩୦ ସେକେଣ୍ଡରେ ନଡିଆ, ଗୁଆ ଗଛ ଚଢିହେବ।

ଏହି ବାଇକ ମାତ୍ର ୨୮ କିଲୋଗ୍ରାମର ହୋଇଥିବାରୁ ଏହାକୁ ଖୁବ ସହଜରେ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ନେଇ ହେଉଛି। ଘଣ୍ଟାକୁ ୬୦ରୁ ୮୦ କିମି ଗଛ ଚଢିପାରିବାର କ୍ଷମତା ରଖିଛି ଗଣପତିଙ୍କ ଏହି ଗଛ ଚଢ଼ା ବାଇକ। ସବୁଠୁ ଖାସ କଥା ହେଲା ୮୦ କିଲୋ ଓଜନର ବସ୍ତୁ ସାଙ୍ଗରେ ନେଇ ଏହି ବାଇକ୍‌ ଗଛ ଉପରକୁ ଚଢି ପାରିବାର କ୍ଷମତା ରଖିଛି।

Comment