ଓଡ଼ିଶାଲାଇଭ୍‌ ବ୍ୟୁରୋ

ହର୍ଷଉଲ୍ଲାସର ପର୍ବ ହେଲା ଦୀପାବଳି। ଏହିଦିନ ନୂଆ ପୋଷାକ, ସୁନା ଗହଣା ପିନ୍ଧିବା ସହିତ ସ୍ୱାଦିଷ୍ଟ ମିଠା ଆଉ ପିଠାପଣାରେ ମହକି ଉଠେ ସଭିଁଙ୍କ ଘର। ଶୁଦ୍ଧ ଦେଶୀ ଘିଅରେ ତିଆରି ସ୍ୱାଦିଷ୍ଟ ପିଠାପଣା ଆଉ ମିଠା ଦୀପାବଳିର ମଜାକୁ ଆହୁରି ଦ୍ୱିଗୁଣିତ କରିଦିଏ।

ଚାଉଳଗୁଣ୍ଡ, କାଜୁ, ପେସ୍ତା ବାଦାମ, କ୍ଷୀର, ଛେନା, ଚିନି, ଦେଶୀ ଘିଅରେ ତିଆରି ସ୍ୱାଦିଷ୍ଟ ଆରିସା ପିଠା, ହାଲୁଆ, ଲଡ଼ୁ, ଖିରି, କ୍ଷୀର ତିଆରି ବର୍ଫି, ଗୋଲାପ ଜାମୁନ୍, ଛେନା ଝିଲ୍ଲୀ ଆଦି ମିଠା ତିଆରି ହୁଏ।

ଜାଣନ୍ତୁ ଦୀପାବଳି ଅବସରରେ ଆପଣ କେଉଁ ଖାଦ୍ୟ ଘରେ ପ୍ରସ୍ତୁତ କରିପାରିବେ?

ହାଲଓ୍ୱା: ଗାଜର, ସୁଜି, ଚାଉଳ ତଥା କଖାରୁ ହଲଓ୍ୱା ତିଆରି ହୁଏ। ଶୁଦ୍ଧ ଦେଶୀ ଘିଅ, ଚିନି, କ୍ଷୀର, ଗୁଜୁରାତି, ପେସ୍ତା ଆଉ ଆଲମଣ୍ଡ୍ ବାଦାମ ପଡ଼ି ଏହା ପ୍ରସ୍ତୁତ ହୁଏ।

ଲଡ଼ୁ: ଗହମ ଅଟା କିମ୍ବା ଚାଉଳ ଗୁଣ୍ଡ, ମଇଦା, ଘିଅ, ତେଲ, ଚିନି, କିସ୍‌ମିସ୍‌ରେ ଆପଣ ତିଆରି କରିପାରିବେ ଲଡ଼ୁ।

ଖିରି: ଚାଉଳ, ସୁଜି, ଘିଅ, ଚିନି, କ୍ଷୀର, କାଜୁ, ପେସ୍ତା ବାଦାମ, ଗୁଜୁରାତି, କିସ୍‌ମିସ୍, କେଶର ପକାଇ ପ୍ରସ୍ତୁତ କରାଯାଏ ଖିରି।

ରାଶି ଆରିସା: ଅରୁଆ ଚାଉଳ, ରାଶି, କାଜୁ ବାଦାମ, ଚିନାବାଦାମ, ଗୁଡ଼, ନଡ଼ିଆ କୋରା ଆଉ ରିଫାଇନ୍ ତେଲରେ ପ୍ରସ୍ତୁତ କରାଯାଏ ରାଶି ଆରିସା।

ଚାଉଳ ରସମଲେଇ: ଅରୁଆ ଚାଉଳ, କ୍ଷୀର, ଚିନି, କଷ୍ଟାର୍ଡ ପାଉଡର୍ ଏବଂ ଆଲମଣ୍ଡ୍‌ରେ ପ୍ରସ୍ତୁତ କରନ୍ତୁ ଚାଉଳ ରସମଲେଇ।

ଚୁଡ଼ା ଖିରି: ଚୁଡ଼ା, କ୍ଷୀର, ଚିନି, ମିଲ୍କମେଡ୍, ନଡ଼ିଆ କୋରା, ଗୁଜୁରାତି, ଭଜା କାଜୁ-କିସ୍‌ମିସ୍‌ ପକାଇ ଚୁଡ଼ା ଖିରି ପ୍ରସ୍ତୁତ କରନ୍ତୁ।

Comment