ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଦିନିକିଆ କ୍ୟାରିଅରର ୪୦ ତମ ଶତକ ମାରିଛନ୍ତି। ନାଗପୁର ବିଦର୍ଭା ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ କୋହଲି ୧୦୨ ବଲ୍‌ରେ ୧୧୬ ରନ୍‌ ସଂଗ୍ରହ କରିଛନ୍ତି।

ଅଧିନାୟକ ବିରାଟ କୋହଲି ଦିନିକିଆ କ୍ୟାରିଅରର ୪୦ ତମ ଶତକ ଖେଳିଛନ୍ତି। ଆଜି ପର୍ଯ୍ୟନ୍ତ କୋହଲି ମୋଟ ୨୧୬ଟି ଦିନିକିଆ ଇନିଂସ୍‌ ଖେଳି ମୋଟ ୧୦୬୯୩ରନ୍‌ ସଂଗ୍ରହ କରିଛନ୍ତି। ସେଥିମଧ୍ୟରୁ ୧୦୦ଟି ଚୌକା ଥିବା ବେଳେ ୧୧୬ଟି ଛକା ରହିଛି।

ବିରାଟ ନିଜ ଦିନିକିଆରେ କ୍ୟାରିଅରରେ ୪୯ଟି ଅର୍ଦ୍ଧଶତକ ଖେଳିଛନ୍ତି।  ଆଜି ନାଗପୁରରେ ଖେଳାଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ମ୍ୟାଚରେ କୋହଲି କ୍ୟାରିଅର୪୦ ତମ ଶତକ ଖେଳିଛନ୍ତି।

Comment