ଓଡିଶାଲାଇଭ୍‌ ବ୍ୟୁରୋ

ସହିଦ ଅଜିତ ଦାସଙ୍କ ମରଶରୀର ଆସିଥିବା କଫିନ ଉପରେ ବିଜେଡି ଦଳୀୟ ପତକା ଢଙ୍କା ଯାଇଥିବାର ଏକ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମଳିଛି। ଏହାକୁ ନେଇ ବିଭିନ୍ନ ମହଲରେ ଅସେନ୍ତାଷ ଦେଖିବାକୁ ମିଳିଛି।

ଅନ୍ୟପକ୍ଷରେ ସହିଦ ଓ ଦେଶ ପାଇଁ ବହୁତ ବଡ଼ ଅପମାନ ବୋଲି କହି ବିଜେପି ଏହାକୁ ନିନ୍ଦା କରିଛି। କଫିନ ଉପରେ ବିଜେଡି ଦଳୀୟ ପତକା ଢାଙ୍କିଥିବା ଲୋକକୁ ଗିରଫ କରିବା ପାଇଁ ବିଜେପି ଦାବି କରିଛି।

odia jawan ajit sahoo

ଏନେଇ ଅଜିତଙ୍କ ଭାଇ ପ୍ରତିକ୍ରିୟାରେ କହିଛନ୍ତି ଯେ, “ଖୁଣ୍ଟୁଣି ନିକଟରେ ବିଜେଡି କର୍ମୀ ଦଳୀୟ ପତକା ପକାଇ ଦେଇଥିଲେ, ମୋତେ ଭଲ ନଲାଗିବାରୁ ମୁଁ ଏହାକୁ କାଢିଦେଇଥିଲି ମାତ୍ର ଅଳ୍ପ ସମୟ ମଧ୍ୟରେ ଲୋକମାନେ ଫଟୋ ଉଠାଇ ଭାଇରାଲ କରିଦେଲେ। ମୋ ଭାଇ ଦେଶ ପାଇଁ ସହିଦ ହୋଇଛି, କୌଣସି ଦଳ ପାଇଁ ନୁହେଁ। ତେଣୁ ଫଟୋକୁ ଭାଇରାଲ ନକରାଯିବା ପ୍ରତି ପ୍ରଶାସନ ଦୃଷ୍ଟି ଦେଉ।”

Comment