ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ବିରାଟ କୋହଲି ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ରେ ଆଇସିସିର କୋଡ୍ ଅଫ୍ କଣ୍ଡକ୍ଟ ଉଲଙ୍ଘନ କରିଛନ୍ତି। ଏଥିପାଇଁ ତାଙ୍କୁ ଏହି ମ୍ୟାଚ୍‌ର ୨୫ ପ୍ରତିଶତ ମ୍ୟାଚ ଫି’ ଆଇସିସି କାଟିଛି।

ଶନିବାର ସାଉଥମ୍ପଟନ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହୋଇଥିଲା ରୋମାଞ୍ଚକର ମ୍ୟାଚ୍‌। ମ୍ୟାଚ୍‌ରେ ଆଫଗାନିସ୍ତାନ ବିପକ୍ଷରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଅତ୍ୟଧିକ ମାତ୍ରାରେ ଅପିଲ କରି ଆଇସିସିର ଧାରା ୨.୧ ଉଲଙ୍ଘନ କରିଛନ୍ତି। ସେଥିପାଇଁ କୋଡ୍ ଅଫ୍ କଣ୍ଡକ୍ଟ ଉଲଙ୍ଘନ କରିଥିବା ଅଭିଯୋଗରେ ଆଇସିସି କୋହଲିଙ୍କୁ ୨୫ ପ୍ରତିଶତ ମ୍ୟାଚ୍‌ ଫି ଫାଇନ୍‌ ଲଗାଇଛନ୍ତି।

ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ରେ ଭାରତ ରୋମାଞ୍ଚକର ବିଜୟ ହାସଲ କରିଛି। ଶେଷ ଓଭରରେ ଆଫଗାନ ଟିମ୍‌ ପାଖରୁ ବିଜୟ ଛଡ଼ାଇ ଆଣିଛି ଭାରତ। ଶେଷ ଓଭରରେ ସାମିଙ୍କ ହ୍ୟାଟ୍ରିକ ୱିକେଟ୍‌, ବୁମ୍‌ରାଙ୍କ ଶାଣିତ ୟର୍କର ବଳରେ ଭାରତ ଏହି ବିଜୟ ହାସଲ କରିଛି।

Comment