ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇସିସି ବିଶ୍ୱକପ ମହାସମରରେ ସୋମବାର ଆଫଗାନିସ୍ତାନକୁ ଭେଟିଛି ବାଂଲାଦେଶ। ମ୍ୟାଚ୍‌ରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୨୬୨ ରନ୍‌ ସଂଗ୍ରହ କରିଛି। ସକିବ ଅଲ ହସନ ଏବଂ ମୁସଫିକର ରହିମଙ୍କ ଅର୍ଦ୍ଧଶତକ ବଳରେ ବାଂଲାଦେଶ ଏହି ସ୍କୋରର ଅଧିକାରୀ ହୋଇପାରିଛି।

ଟସ୍‌ ଜିତି ଆଫଗାନିସ୍ତାନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ବ୍ୟାଟ ଧରିଥିଲା ବାଂଲାଦେଶ ଟିମ୍‌। ଟିମ୍‌ ପକ୍ଷରୁ ଏତେଟା ଭଲ ପ୍ରଦର୍ଶନ ଦେଖିବାକୁ ମିଳିନଥିଲା। ତେବେ ମୁସଫିକର ରହିମ(୮୩) ଏବଂ ସକିବ ଅଲ ହସନ(୫୧) ବାଂଲାଦେଶର ମଙ୍ଗ ଧରିଥିଲେ। ଉଭୟଙ୍କ ଜବରଦସ୍ତ ଅର୍ଦ୍ଧଶତକ ବଳରେ ବାଂଲାଦେଶ ୨୬୨ ରନ୍‌ ସଂଗ୍ରହ କରିପାରିଛି।

ଅନ୍ୟପଟେ ଆଫଗାନ୍‌ ବୋଲିଂରେ ଗାଇଲା ହୋଇଥିଲା ବାଂଲା ଟିମ୍‌। ଆଫଗାନିସ୍ତାନ ପକ୍ଷରୁ ମୁଜେବ୍‌ ଉର ରେହମାନ ସର୍ବାଧିକ ୩ଟି ୱିକେଟ୍ ସଂଗ୍ରହ କରିଛନ୍ତି। ସେହିପରି ଗୁଲବଦିନ ନୈବ ଏବଂ ଦାୱଲତ୍‌ ଜର୍ଦାନ ଯଥାକ୍ରମେ ୨ଟି ଓ ୩ଟି ୱିକେଟ୍ ବଳରେ ବାଂଲାଦେଶକୁ ୨୬୨ ରନ୍‌ରେ ରୋକିଛନ୍ତି ଆଫଗାନିସ୍ତାନ ଟିମ। ବର୍ତ୍ତମାନ ଆଫଗାନିସ୍ତାନ ଜିତିବାକୁ ୨୬୨ ରନ୍‌ର ବିଜୟଲକ୍ଷ।

Comment