ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇସିସି ବିଶ୍ୱକପ୍‌ ମହାସମରରେ ସୋମବାର ୩୧ତମ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ଭେଟିଛି ବାଂଲାଦେଶ। ଦିନ ୩ଟାରେ ସାଉଥମ୍ପଟନ୍‌ରେ ଏହି ହାଇଭୋଲ୍ଟେଜ୍‌ ମ୍ୟାଚ୍‌ ଦେଖିବାକୁ ମିଳିବ। ତେବେ ମ୍ୟାଚ୍‌ ପୂର୍ବରୁ ବାଂଲାଦେଶ ଟସ୍‌ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଛି। ଫଳରେ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଛି ଆଫଗାନ ଟିମ୍‌।

ଚଳିତ ବିଶ୍ୱକପ୍‌ରେ ବାଂଲାଦେଶ ଏପର୍ଯ୍ୟନ୍ତ ୬ଟି ମ୍ୟାଚ୍‌ ଖେଳି ୨ଟିରେ ବିଜୟ, ୩ଟି ମ୍ୟାଚ୍‌ରେ ପରାଜିତ ଏବଂ ଗୋଟିଏରେ ବାତିଲ ହେବା ସହ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି। ସେହିପରି ଆଫଗାନିସ୍ତାନ ବିଶ୍ୱକପ୍‌ରେ ଏପର୍ଯ୍ୟନ୍ତ ଖାତା ଖୋଲି ପାରିନାହିଁ। ୬ଟି ମ୍ୟାଚ୍‌ ଖେଳି ଆଫଗାନିସ୍ତାନ ସବୁଥିରେ ହାରିଛି।

ବାଂଲାଦେଶ ଆଜିର ମ୍ୟାଚ୍‌ରେ ଆଫଗାନିସ୍ତାନକୁ ପରାଜୟ କରି ବିଶ୍ୱକପ୍‌ରୁ ବାହାର କରିବା ଲକ୍ଷ୍ୟରେ ଖେଳିବ। ଅପରପକ୍ଷରେ ସେମିଫାଇନାଲକୁ ଯିବା ପାଇଁ ବାଂଲଦେଶର ବାଟ ଓଗାଳି ପାରେ ଆଫଗାନିସ୍ତାନ।

Comment