ଓଡ଼ିଶାଲାଇଭ ବ୍ୟୁରୋ

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ କେବଳ ବଡ଼ ଲୋକମାନେ ମାନସିକ ଭାବେ ବିଷାଦଗ୍ରସ୍ତ ହେଉଛନ୍ତି ତା’ ନୁହେଁ, ଛୋଟ ପିଲାମାନେ ମଧ୍ୟ ଖୁବ୍ ଚାପଗ୍ରସ୍ତ ହେଉଛନ୍ତି। ଛୋଟ ଦିନରୁ ସେଥିପ୍ରତି ଦୃଷ୍ଟି ନ ରଖିଲେ ତାହା ପରେ ମାନସିକ ଅବସାଦର ରୂପ ନେଇପାରେ।

-ପିଲାଙ୍କ ସହ ସବୁ ସମୟରେ କଥା ହେବା ଅଭ୍ୟାସ କରନ୍ତୁ। ଏହାଦ୍ୱାରା ସେମାନେ ସେମାନଙ୍କର ଭାବନାକୁ ଆପଣଙ୍କ ସମ୍ମୁଖରେ କହିବାକୁ ଅସହଜ ଅନୁଭବ କରିବେ ନାହିଁ।

-ସ୍କୁଲ, କଲେଜରେ ପିଲାଙ୍କ ସମୟ କିପରି ବିତୁଛି। ସେମାନଙ୍କ ସହ ଆଉ କିଏ କିଏ ସାଙ୍ଗ ହେଉଛନ୍ତି। ସେମାନଙ୍କର ସମୟ କିପରି ବିତୁଛି ତାହା ପଚାରି ବୁଝନ୍ତୁ।

-ସମୟ ସମୟରେ ପିଲାମାନଙ୍କ ବନ୍ଧୁଙ୍କୁ ବି ଘରକୁ ଡାକନ୍ତୁ। ଏହାଦ୍ୱାରା ପିଲା ଓ ଆପଣଙ୍କ ମଧ୍ୟରେ ଆତ୍ମୀୟତା ବଢିବ। ଯାହାକି ପିଲାର ମାନସିକ ଚାପକୁ କମାଇବ।

-ଅନ୍ୟ କାହା ସାମ୍ନାରେ କେବେ ହେଲେ ନିଜ ପିଲାକୁ ତୁଳନା କରନ୍ତୁ ନାହିଁ। ବିଶେଷ କରି ସାଙ୍ଗମାନଙ୍କ ସାମ୍ନାରେ ତୁଳନା କରିବା ଅନୁଚିତ୍। ଏହାଦ୍ୱାରା ପିଲା ହୀନମନ୍ୟତାର ଶିକାର ହୋଇଥାଏ।

-ନିଜର ଟେନସନ୍ ଯୋଗୁ ପିଲାଙ୍କ ଉପରେ ବିରକ୍ତ ହୁଅନ୍ତୁ ନାହିଁ। ସମସ୍ୟାରେ ଥିଲେ ମଧ୍ୟ ପିଲାଙ୍କ କଥା ଶୁଣନ୍ତୁ।

– ଘରେ ଜେଜେବାପା ଓ ଜେଜେମା’ଙ୍କ ପରି ବୟସ୍କ ଲୋକଙ୍କ ସହିତ ପିଲା ଯେପରି ମିଶିପାରିବ ସେ ବ୍ୟବସ୍ଥା କରନ୍ତୁ। ଏପରିହେଲେ ଆପଣଙ୍କ ଅନୁପସ୍ଥିତିରେ ମଧ୍ୟ ପିଲା ସେମାନଙ୍କ ସହ ତାର କଥା ସେୟାର କରିପାରିବ।

Comment