ଓଡ଼ିଶାଲାଇଭ୍ ବ୍ୟୁରୋ

ତମ୍ବା ପାତ୍ରରେ ଖାଦ୍ୟ ଖାଇବା ସ୍ୱାସ୍ଥ୍ୟ ପାଇଁ ଉପକାରୀ ବୋଲି ସମସ୍ତ ଜାଣିଥିବେ। ଲୋକେମାନେ ସାଧାରଣତଃ ତମ୍ବାପାତ୍ରରେ ରଖାଯାଉଥିବା  ପାଣି ପିଇଥା’ନ୍ତି। ତମ୍ବା ପାତ୍ରରେ ପାଣି ପିଇଲେ ବିଭିନ୍ନ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର ହୁଏ ବୋଲି ସମସ୍ତେ ଜାଣି ଥାଆନ୍ତି। କିନ୍ତୁ କିଛି ଖାଦ୍ୟ ଏମିତି ଅଛି, ଯାହାକୁ ତମ୍ବା ପାତ୍ରରେ ରଖି ସେବନ କଲେ କ୍ଷତିକାରକ ହୋଇଥାଏ।

କ୍ଷୀର

ଭୂଲରେ ବି ତମ୍ବା ପାତ୍ରରେ କ୍ଷୀର ରଖନ୍ତୁ ନାହିଁ। ତମ୍ବା ପାତ୍ରରେ ରଖାଯାଇଥିବା କ୍ଷୀର ବିଷଠୁ ବି କମ୍ ନୁହେଁ। ଯଦି ଏଥିରେ ରଖାଯାଇଥିବା କ୍ଷୀର ପିଉଛନ୍ତି, ତେବେ ଫୁଡ ପଏଜନିଂ ହୋଇପାରେ।

ଦହି

ଦହି ଶରୀର ପାଇଁ ବେଶ୍ ଲାଭଦାୟକ। କିନ୍ତୁ ତମ୍ବା ପାତ୍ରରେ ରଖାଯାଇଥିବା ଦହି ହାନୀକାରକ। ଯେତେବେଳେ ତମ୍ବା ଏବଂ ଦହିରେ ଥିବା ତତ୍ୱ ମିଶି ଯାଆନ୍ତି, ତାହା ଏକ ରାସାୟନିକ ପ୍ରତିକ୍ରିୟା ସୃଷ୍ଟି କରିଥାଏ। ଏହା ଖାଇବା ଫଳରେ ଫୁଡ ପଏଜନିଂ ହୋଇଥାଏ।

ଆଚାର

ଆଚାରରେ ସିରକାର ମାତ୍ରା ଅଧିକ ଥାଏ। ଯେତେବେଳେ ଏହା ତମ୍ବାର ସଂସ୍ପର୍ଶରେ ଆସିବ ତାହା ବିଷାକ୍ତ ହୋଇଯାଏ। ଏହା ଖାଇଲେ ବାନ୍ତି ଭଳି ସମସ୍ୟା ହେବ।

Comment