ଓଡ଼ିଶାଲାଇଭ ବ୍ୟୁରୋ

ନୂଆ ଆଡଭୋକେଟ ଜେନେରାଲ ଭାବେ ବୁଧବାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି ବରିଷ୍ଠ ଆଇନଜୀବୀ ଅଶୋକ ପରିଜା। ପୂର୍ବତନ ଆଡଭୋକେଟ ଜେନେରାଲ ସୂର୍ଯ୍ୟ ପ୍ରସାଦ ମିଶ୍ରଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଓଡ଼ିଶାର ଆଡଭୋକେଟ ଜେନେରାଲ ଭାବେ ତାଙ୍କୁ ରାଜ୍ୟ ସରକାର ସୋମବାର ନିଯୁକ୍ତି ଦେଇଥିଲେ।

ଆଇନ କ୍ଷେତ୍ରରେ ଅଶୋକ ପରିଜାଙ୍କର ଦୀର୍ଘଦିନର ଅଭିଜ୍ଞତା ରହିଛି। ସେ ୨୦୧୧ରେ ସର୍ବଭାରତୀୟ ବାର କାଉନସିଲ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଛନ୍ତି। ୨୦୧୬ରେ ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନର ସଭାପତି ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାଇଛନ୍ତି।

ଆଇନର ବିଭିନ୍ନ କ୍ଷେତ୍ରରେ ତାଙ୍କର ପାରିଦର୍ଶିତା ରହିଛି। ୨୦୦୩ରେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଭାବେ ମାନ୍ୟତା ପାଇଥିଲେ ସେ।

Comment