ଓଡ଼ିଶାଲାଇଭ ବ୍ୟୁରୋ

ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଅଶୋକ ପରିଜାଙ୍କୁ ମିଳିଛି ନୂଆ ଦାୟିତ୍ୱ। ଓଡ଼ିଶାର ଆଡଭୋକେଟ ଜେନେରାଲ ଭାବେ ତାଙ୍କୁ ରାଜ୍ୟ ସରକାର ସୋମବାର ନିଯୁକ୍ତି ଦେଇଛନ୍ତି।

ଏଜି ସୂର୍ଯ୍ୟ ପ୍ରସାଦ ମିଶ୍ରଙ୍କ ସ୍ଥାନରେ  ଅଶୋକ ପରିଜା ଏହି ଦାୟିତ୍ୱ ତୁଲାଇବେ। ନିକଟରେ ଏଜି ସୂର୍ଯ୍ୟମଣି ମିଶ୍ର ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିଲେ।

ଆଇନ କ୍ଷେତ୍ରରେ ଅଶୋକ ପରିଜାଙ୍କର ଦୀର୍ଘଦିନର ଅଭିଜ୍ଞତା ରହିଛି। ସେ ୨୦୧୧ରେ ସର୍ବଭାରତୀୟ ବାର କାଉନସିଲ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଛନ୍ତି। ୨୦୧୬ରେ ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନର ସଭାପତି ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାଇଛନ୍ତି।

ଆଇନର ବିଭିନ୍ନ କ୍ଷେତ୍ରରେ ତାଙ୍କର ପାରିଦର୍ଶିତା ରହିଛି। ୨୦୦୩ରେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଭାବେ ମାନ୍ୟତା ପାଇଥିଲେ ସେ।

Comment