ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଣିକି ଟ୍ରେନ ଭିତରେ କିମ୍ଵା ପ୍ଲାଟଫର୍ମରେ କିନ୍ନରମାନେ ଭିକ୍ଷାବୃତ୍ତି କରିପାରିବେ ନାହିଁ। ହେଲେ ସେମାନେ ଯାତ୍ରୀ ହିସାବରେ ଟ୍ରେନରେ ଯାଇ ପାରିବେ। ବୁଧବାର ପୋଲିସ୍‌ ଡିଜିପି ରାଜେନ୍ଦ୍ର ପ୍ରସାଦଙ୍କ ଅଧ୍ୟକ୍ଷତାରେ ରେଳଯାତ୍ରୀଙ୍କ ସୁରକ୍ଷା ଉପରେ ଏକ ଜରୁରୀ ବୈଠକ ବସିଥିଲା। ଏହି ବୈଠକରେ ଟ୍ରେନ ଭିତରେ କିନ୍ନରମାନଙ୍କ ଭିକ୍ଷାବୃତ୍ତିକୁ ବନ୍ଦ କରିବା ପାଇଁ ରେଲଓ୍ଵେ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲା।

ଏନେଇ ରେଲଓ୍ଵେ କର୍ତ୍ତୃପକ୍ଷ କହିଛନ୍ତି, “ପ୍ରଥମେ କିନ୍ନରମାନଙ୍କ ସହ ଆଲୋଚନା କରାଯିବ, ଯଦି ସେମାନେ ଏହାକୁ ନମାନି ଟ୍ରେନରେ ଭିକ୍ଷାବୃତ୍ତି କରନ୍ତି ତେବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ଏସମ୍ପର୍କରେ କିନ୍ନର ଆଖଡାର ମହାମଣ୍ଡଳେଶ୍ଵର ତଥା ସମାଜସେବୀ ମୀରା ପରିଡା କହିଛନ୍ତି ଯେ, “ଯେଉଁ ଭଳି ସମାଜରେ କିଛି ଭଲ ଲୋକ ଓ ଖରାପ ଲୋକ ରହିଥାନ୍ତି ଠିକ ସେମତି କିନ୍ନର ସମାଜରେ ମଧ୍ୟ କିଛି ଭଲ ଲୋକ ଓ ଖରାପ ଲୋକ ଅଛନ୍ତି ଯୋଉମାନେ ପଇସା ପାଇଁ କିନ୍ନର ରୂପରେ ଟ୍ରେନରେ ଭିକ ମାଗନ୍ତି। ସେମାନଙ୍କ ଯୋଗୁଁ ଆଜି ପୁରା କିନ୍ନର ସମାଜ ବଦନାମ। ଯଦି ରେଲଓ୍ଵେ ବୋର୍ଡ ଏହି ପଦକ୍ଷେପ ନେଲେ ତେବେ କିନ୍ନର ନେତାଙ୍କୁ ଡାକିବାର ଥିଲା ନଚେତ ତାଙ୍କ ପାଇଁ କିଛି ବିକଳ୍ପ ବାହାର କରି ଏହି ନିଷ୍ପତ୍ତି ନେବାର ଥିଲା।”

Comment