ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାଜ୍ୟରେ ପ୍ରଥମଥର ପାଇଁ ସମଲିଙ୍ଗୀ ବ୍ୟକ୍ତିଙ୍କୁ ମିଳିଲା ପରିଚୟ ପତ୍ର। ରାୟଗଡ଼ା ଜିଲ୍ଲା ସମାଜ ସୁରକ୍ଷା ବିଭାଗ ପକ୍ଷରୁ ମଙ୍ଗଳବାର ତିନିଜଣ ସମଲିଙ୍ଗୀ ବ୍ୟକ୍ତିଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଛି।

ସମଲିଙ୍ଗୀ ସୁରକ୍ଷା ଏବଂ ଅଧିକାର ଆଇନ ୨୦୧୯ ଅନୁଯାୟୀ ରାୟଗଡ଼ାର ତିନିଜଣ ବ୍ୟକ୍ତିଙ୍କୁ ଜିଲ୍ଲାପାଳଙ୍କ ଦ୍ଵାରା ଅନୁମୋଦିତ ପରିଚୟପତ୍ର ପ୍ରଦାନ କରାଯାଇଥିବା ସୂଚନା ମିଳିଛି।

ଏହି ପତ୍ର ପାଇବା ଦ୍ଵାରା ସମଲିଙ୍ଗୀ ବ୍ୟକ୍ତି ବିଶେଷ ସରକାରୀ କର୍ମ ନିୟୋଜନ କ୍ଷେତ୍ରରେ ସଂରକ୍ଷଣ, ଦାରିଦ୍ର୍ୟ ଦୂରୀକରଣ ଯୋଜନା ଏବଂ ଅନ୍ୟାନ୍ୟ ସାମାଜିକ ସୁରକ୍ଷା ଯୋଜନାରେ ହିତାଧିକାରୀ ରୂପେ ସରକାରୀ ସୁବିଧା ପାଇପାରିବେ ବୋଲି ଜଣାପଡ଼ିଛି।ତେବେ ସମଗ୍ର ରାଜ୍ୟରେ ରାୟଗଡ଼ା ଜିଲ୍ଲାରେ ଏହା ପ୍ରଥମ କରି ସମଲିଙ୍ଗୀ ବ୍ୟକ୍ତିଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିବା ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ଆଦିପତି କହଁର ସୂଚନା ଦେଇଛନ୍ତି।

Comment