ଓଡ଼ିଶାଲାଇଭ୍ ବ୍ୟୁରୋ

ଗରମ ଦିନରେ ସାଧାରଣତଃ କୌଣସି କାମ କରିବାକୁ ଇଚ୍ଛା ହୁଏନାହିଁ। ଶରୀରରୁ ଝାଳ ବାହାରିବା ସହିତ ଅତ୍ୟଧିକ ତାତି ଶରୀରକୁ ନିସ୍ତେଜ କରିଦିଏ। ଏପରିସ୍ଥଳେ କିପରି ନିଜର କାର୍ଯ୍ୟକ୍ଷମତାକୁ ବଢ଼ାଇବେ ତାହା ଜାଣନ୍ତୁ।

-ଦିନ ସାରା ପ୍ରଚୁର ପାଣି ପିଅନ୍ତୁ। ପ୍ରବଳ ଝାଳ ବୋହିବା ଯୋଗୁଁ ଶରୀରରେ ପାଣିର ଅଭାବ ଦେଖାଯାଇଥାଏ। ତେଣୁ ନିୟମିତ ଭାବେ ପାଣି ପିଇଲେ ଆପଣ ତାଜା ଅନୁଭବ କରିବେ। ପାଣି ବ୍ୟତୀତ ବିଭିନ୍ନ ପ୍ରକାର ଫଳରସ ବି ପିଇପାରିବେ।

-ଦିନରେ ୩-୪ ଥର ଭଲ ଭାବେ ମୁହଁରେ ପାଣି ଛାଟି ଧୁଅନ୍ତୁ। ଏହା ଦ୍ୱାରା ଗରମ ଯୋଗୁଁ ଲାଗୁଥିବା ଚିଡ଼ଚିଡ଼ାପଣ କମିବ। ଆପଣ ମଧ୍ୟ ଥକ୍କା ଅନୁଭବ କରିବେ ନାହିଁ।

-ଗରମ ଦିନରେ ପ୍ରତିକୂଳ ପରିସ୍ଥିତିରେ ଆପଣଙ୍କର ଶରୀର ଥକି ଯିବା ସ୍ୱାଭାବିକ କଥା। ଏପରିସ୍ଥଳେ ଯଦି ଆପଣ ଜବରଦସ୍ତ କାମ କରିବା ଜାରି ରଖିବେ ତା’ ହେଲେ ଅସୁସ୍ଥ ହୋଇଯିବେ। ଆବଶ୍ୟକ ସ୍ଥଳେ ଦିନରେ କିଛି ସମୟ ଧରି ଆରାମ କରନ୍ତୁ। ରାତିରେ ଶୀଘ୍ର ଶୋଇପାରିବେ। ଭୋରରୁ ଉଠି ବଳକା କାମ କରିଲେ ଆପଣଙ୍କୁ ଥକ୍କା ଲାଗିବନି।

-ସାଧାରଣତଃ ଗରମ ଦିନରେ ସକାଳୁ କିଛି ଖାଦ୍ୟ ଖାଇବାକୁ ଇଚ୍ଛା ହୁଏନାହିଁ। ଏହାସତ୍ତ୍ୱେ ମଧ୍ୟ ନିଶ୍ଚିତ ଭାବେ ଜଳଖିଆ ଖାଆନ୍ତୁ। କାରଣ ଜଳଖିଆ ନ ଖାଇଲେ ପେଟରେ ଗ୍ୟାସ୍ ସମସ୍ୟା ହୋଇପାରେ।

-ଶୀତଦିନ ଅପେକ୍ଷା ଗରମ ଦିନରେ ପାଚନ ତନ୍ତ୍ର ଟିକେ କମ୍ କାମ କରେ। ତେଣୁ ହାଲ୍କା ମଧ୍ୟାହ୍ନଭୋଜନ କଲେ ଆପଣଙ୍କୁ କାମ କରିବାକୁ ଫୁର୍ତ୍ତି ଲାଗିବ।

Comment