ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଉ ବାକି ରହିଲା ମାତ୍ର ୭ ଦିନ। ଏଥିପାଇଁ ଚଳଚଞ୍ଚଳ ରଥଖଳା। କମାର ସେବକଠୁ ଆରମ୍ଭ କରି ଭୋଇ ସେବକମାନେ ଲାଗି ପଡ଼ିଛନ୍ତି ରଥ ନିର୍ମାଣ କାର୍ଯ୍ୟରେ। ରଥ ଖଳାରେ ଜୟଚଉଦ ନାହାକ ଓ ଦ୍ୱିତୀୟ ଭୂଇଁ କାର୍ଯ୍ୟ ଶେଷ ହୋଇଛି। ଆଜିଠୁ ଆରମ୍ଭ ହୋଇଛି ତୃତୀୟ ଭୂଇଁ କାର୍ଯ୍ୟ।

ରୂପକାର ସେବକମାନେ ନିଜ ନିଜ କାମକୁ ଆଗେଇ ନେଇଛନ୍ତି। କମାରମାନେ ମଧ୍ୟ କଣ୍ଟା କାମକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି। ତିନି ରଥରେ ଚଉଦ ନାହାକ ବୁଲୁଛି।

ଏହାପରେ ୧୩ ପରସ୍ତ ପୋଟଳ ଲଗାଯିବ। ପଟାଗୁଡ଼ିକୁ ପୋଡ଼ା ଯାଇ ପୋଟଳ ନିର୍ମାଣ କରାଯାଉଛି। ଗାରେଡ଼ି କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

Comment