ଓଡ଼ିଶାଲାଇଭ୍ ବ୍ୟୁରୋ

ଅନେକ ସମୟରେ ଆମ ଶରୀରରେ ଛୋଟ ଛୋଟ ପାଣିଫୋଟକା ଭଳି ଦେଖାଯାଏ। ସେଥିରୁ ପାଣି ବାହାରିବା ସହ ଲୋକମାନେ ଏହାକୁ ଆଲର୍ଜି ବା ଫଙ୍ଗାଲ ଇନଫେକସନ୍ ବୋଲି ଭାବି ନଜରଅନ୍ଦାଜ କରି ଦେଇଥାନ୍ତି। ପ୍ରକୃତରେ କିନ୍ତୁ ଏହାକୁ ନଜରଅନ୍ଦାଜ କରିବା କଥା ନୁହେଁ।

ବୋଲିସେଲା ଜଷ୍ଟର ଭାଇରସ୍ ଯୋଗୁଁ ଏହି ରୋଗ ହୋଇଥାଏ। ଏହା ଏକ ସଂକ୍ରାମକ ରୋଗ ହୋଇଥିବାରୁ ଖୁବ୍ ସାବଧାନ ରହିବା ଜରୁରୀ। ୪୦ ବର୍ଷ ପରେ ଯେକୌଣସି ଲୋକଙ୍କୁ ଏହି ରୋଗ ହେବାର ଆଶଙ୍କା ଥିବାବେଳେ ପୂର୍ବରୁ ହାଡ଼ଫୁଟି ହୋଇଥିବା ଲୋକଙ୍କୁ ଏହା ହେବାର ଆଶଙ୍କା ଅଧିକ।

ହର୍ପିସ୍ ଦୁଇପ୍ରକାର ହୋଇଥାଏ। ଅର୍ଥାତ୍ ଏଚଏସଭି-୧ ଏବଂ ଏଚ୍ଏସଭି-୨। ଏହାର ଲକ୍ଷଣ କଥା କହିଲେ କିଛି ଲୋକଙ୍କଠାରେ ମାସ ମାସ ଧରି କିଛି ଲକ୍ଷଣ ଦେଖାଯାଏ ନାହିଁ। ଅଚାନକ ୧୦-୧୨ ଦିନ ମଧ୍ୟରେ ଏହା ସାଂଘାତିକ ହୋଇଯାଏ।

ଚର୍ମରୋଗ ବିଶେଷଜ୍ଞମାନଙ୍କ ଅନୁସାରେ ହର୍ପିସ ହେଲେ ରୋଗୀର ଗୋପନୀୟ ଅଙ୍ଗ ଏବଂ ଅନ୍ୟ ସ୍ଥାନମାନଙ୍କରେ ଫୋଟକା ବାହାରେ। ସେହି ଫୋଟକାକୁ ଫୁଟାଇବା ଯୋଗୁ ବିଷାକ୍ତ ପଦାର୍ଥ ବାହାରି ଦେହସାରା ଲାଗିଥାଏ ଏବଂ ରୋଗ ଆହୁରି ବ୍ୟାପିଥାଏ।

କେତେକ କ୍ଷେତ୍ରରେ ରୋଗୀର ଦେହ ଦରଜ ହୋଇଯାଏ ଏବଂ କୁଣ୍ଡାଇ ହୁଏ।

ସବୁବେଳେ ଜ୍ୱର ହୁଏ ଏବଂ ଲିମ୍ପ ନୋଡ୍ସ ବଡ଼ ହୋଇଯାଏ।

ଶରୀରର ସ୍ଥାନେ ସ୍ଥାନେ ଲାଲ୍ ରଙ୍ଗର ଚକଡ଼ା ଦେଖାଯାଏ।

ସେହି ଦାନା ବାହାରିବା ପୂର୍ବରୁ ଦେହ ଦରଜ ଲାଗେ। ଏସବୁଛଡ଼ା ଗଣ୍ଠିଦରଜ, ମୁଣ୍ଡବିନ୍ଧା ବି ହୋଇଥାଏ।

ଏପହିହେଲେ ରୋଗୀ ବ୍ୟବହାର କରୁଥିବା ଜିନିଷପତ୍ର ଏପରିକି ବାସନକୁସନକୁ ବି ଅଲଗା ରଖନ୍ତୁ। ବର୍ଷା ଓ ଶୀତ ଦିନରେ ଏହା ବ୍ୟାପିବାର ଆଶଙ୍କା ଥିବାରୁ ଏହି ସମୟରେ ସତର୍କ ରହିବା ଜରୁରୀ। ନ ହେଲେ ଏହା ପ୍ରାଣଘାତକ ହୋଇପାରେ। ସେହିପରି ଡାକ୍ତରଙ୍କ ସହ ପରାମର୍ଶ କରି ତୁରନ୍ତ ଔଷଧ ଖାଆନ୍ତୁ ।

Comment