ଓଡ଼ିଶାଲାଇଭ୍ ବ୍ୟୁରୋ

ଶୀତଦିନରେ ଶୁଷ୍କ ଜଳବାୟୁ ଯୋଗୁଁ ତ୍ୱଚା ରୁକ୍ଷ ହୋଇଯାଏ। ଘରୋଇ ଉପଚାର ବ୍ୟବହାର କରି ଆପଣ ପାଇପାରିବେ ଚିକ୍କଣ ଓ ସୁନ୍ଦର ତ୍ୱଚା।

୧. ଏକ ଚାମଚ କମଳା ଚୋପାର ଗୁଣ୍ଡକୁ ଏକ ଚାମଚ ମହୁରେ ମିଶାଇ ଭଲଭାବରେ ମୁହଁରେ ଲଗାନ୍ତୁ। ୧୫ ମିନିଟ ପରେ ଥଣ୍ଡା ପାଣିରେ ମୁହଁ ଧୋ‍ଇ ଦିଅନ୍ତୁ। ଏହା କରିବା ଦ୍ଵାରା ତ୍ୱଚାରୁ ମୃତକୋଷିକା ହଟି ତ୍ୱଚାର ରଙ୍ଗ ସଫା ଓ ଚିକ୍କଣ ହୋଇଥାଏ।

୨. ଏକ ଚାମଚ ଗ୍ଲିସେରିନ ସହିତ ଏକ ଚାମଚ ଗୋଲାପ ଜଳ ଓ ଏକ ଚାମଚ ଲେମ୍ବୁରସକୁ ଭଲ ଭାବରେ ମିଶାଇବେ। ଏହାକୁ ରାତିରେ ଶୋ‍ଇବା ପୂର୍ବରୁ ମୁହଁରେ ଲଗାଇ ସକାଳେ ଧୋ‍ଇବେ। ଏହାଦ୍ୱାରା ତ୍ୱଚା କୋମଳ ରହିବ।

୩. ଗୋଟିଏ ପାଚିଲା କଦଳି ଓ ଖଣ୍ଡେ ପାଚିଲା ଅମୃତଭଣ୍ଡାକୁ ଏକାଠି ଚକଟି ମୁହଁରେ ଲଗାଇ ୧୫ ମିନିଟ୍‌ ଛାଡ଼ି ଦିଅନ୍ତୁ। ୧୫ ମିନିଟ୍‌ପରେ ତ୍ୱଚାକୁ ଆସ୍ତେ ଆସ୍ତେ ମାଲିସ୍‌ କରନ୍ତୁ। ଏହା କେବଳ ତ୍ୱଚାରେ ଚମକ ଆଣି ନଥାଏ, ବରଂ ମୁହଁରୁ ଟ୍ୟାନ୍‌, ଦାଗ ଦୂର କରି ମୁହଁକୁ ମସୃଣ କରିଥାଏ।

୪. ଏକ ଚାହା ଚାମଚ ଗୋଲାପ ଜଳ ସହ ଏକ ଚାମଚ ମହୁକୁ ମିଶାଇ ୧୫ ମିନିଟ ପର୍ଯ୍ୟନ୍ତ ରଖି ଥଣ୍ଡା ପାଣିରେ ମୁହଁକୁ ଧୋ‍ଇବେ। ଶୁଷ୍କ ତ୍ୱଚା ପାଇଁ ଏହା ଖୁବ୍‍ ଲାଭଦାୟକ।

Comment