ଓଡ଼ିଶାଲାଇଭ୍ ବ୍ୟୁରୋ

ବ୍ୟସ୍ତବହୁଳ ଜୀବନ ଆମ ସ୍ୱାସ୍ଥ୍ୟ ଉପରେ ଅନେକ ପ୍ରଭାବ ପକାଇଥାଏ। ଅତ୍ୟଧିକ ଶାରୀରିକ ପରିଶ୍ରମ, ମାନସିକ ଚାପ, ଖାଦ୍ୟପେୟରେ ଅନିୟମିତତା, ପ୍ରଦୂଷଣ ତଥା ସ୍ୱଳ୍ପ ନିଦ୍ରା ଆମ କେଶକୁ ଦୁର୍ବଳ କରିଦେଇଥାଏ। ହେଲେ ଏହି ବ୍ୟସ୍ତବହୁଳତା ଭିତରେ ଗୋଲମରିଚ ଭଳି ଏକ ଛୋଟ ସାମଗ୍ରୀ ଆମ କେଶ ପାଇଁ ଉପଯୋଗୀ ହୋଇପାରିବ ଆସନ୍ତୁ ଜାଣିବା।

କେଶକୁ ଧଳା ହେବାରୁ ରୋକେ

୨ରୁ ୩ ଚାମଚ ଦହି ସହିତ ଏକ ଛୋଟ ଚାମଚ ଗୋଲମରିଚ ଗୁଣ୍ଡ ମିଶାଇ ଏହି ପେଷ୍ଟକୁ ମୁଣ୍ଡରେ ଲଗାନ୍ତୁ। ଏହି ପ୍ୟାକ୍‌ ଲଗାଇବାର ୨୦ ମିନିଟ୍ ପରେ ସାମ୍ପୁ କରିଦିଅନ୍ତୁ। ଦହି ଆପଣଙ୍କ କେଶକୁ ନରମ କରିବା ସହ ଗୋଲମରିଚରେ ଥିବା କପର୍ କେଶକୁ ଧଳା ହେବାରେ ରୋକିଥାଏ।

ରୂପି ହୋଇନଥାଏ

ଅଲିଭ ଅଏଲ୍‌ରେ ଚିମୁଟାଏ ଗୋଲମରିଚ ଗୁଣ୍ଡ ମିଶାଇ ତାକୁ ମୁଣ୍ଡରେ ମାଲିସ୍ କରନ୍ତୁ। ତା’ପରଦିନ କେଶ ଧୋଇଦିଅନ୍ତୁ। ଏହା କେଶରେ ରୂପି ସମସ୍ୟା ଦୂର କରିଥାଏ। ଧ୍ୟାନ ରଖିବେ ଗୋଲମରିଚର ମାତ୍ରା ଯେମତି ଆବଶ୍ୟକତାଠାରୁ ଅଧିକ ନ ହୁଏ।

ଚନ୍ଦାପଣ ଦୂର କରେ

ଅଲିଭ ଅଏଲ୍‌ରେ ଚିମୁଟାଏ ଗୋଲମରିଚ ଗୁଣ୍ଡ ମିଶାଇ ଏକ ବନ୍ଦ ଜାଗା ରେ ରଖି ଦିଅନ୍ତୁ। ଦୁଇ ସପ୍ତାହ ପରେ ଏହାକୁ କାଢ଼ି ମୁଣ୍ଡରେ ଲଗାନ୍ତୁ। ୩୦ ମିନିଟ୍ ରଖିବା ପରେ କେଶକୁ ଧୋଇ ଦିଅନ୍ତୁ। ଏପରି କଲେ ଚନ୍ଦାପଣ ଦୂର ହୁଏ।

LEAVE A REPLY

Please enter your comment!
Please enter your name here