ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣକି ରଥଯାତ୍ରା, ବାହୁଡ଼ା ଓ ସୁନାବେଶ ଦିନ ଟୋଲ ଗେଟରେ ଟଙ୍କା ଦେବାକୁ ପଡ଼ିବ ନାହିଁ।

ଜୁଲାଇ ୪ରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ପ୍ରସ୍ତୁତି ପାଇଁ ଆଜି ବସିଥିଲା ଶେଷ ସମନ୍ୱୟ ବୈଠକ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ସମୀକ୍ଷା ବୈଠକରେ ରଥନିର୍ମାଣଠାରୁ ଆରମ୍ଭ କରି ଘୋଷଯାତ୍ରାର ନୀତିକାନ୍ତି ଉପରେ ଆଲୋଚନା କରାଯାଇଥିଲା। ଏହାସହ ପୁରୀର ସମସ୍ୟା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା।

ରଥଯାତ୍ରା, ବାହୁଡ଼ା, ସୁନାବେଶ ଦିନ ଟୋଲ ଗେଟ୍ ଫି ଛାଡ଼ କରାଯାଇଛି। ଏହି ୩ ଦିନ ପିପିଲି ଟୋଲ ଗେଟରେ ଟିକସ ଦେବାକୁ ପଡ଼ିବ ନାହିଁ। ଏନେଇ ଶ୍ରୀମନ୍ଦିର ପ୍ରଶାସକ ସୂଚନା ଦେଇଛନ୍ତି।

ଜାତୀୟ ରାଜପଥ ବା ଏନଏଚରେ ସୁରକ୍ଷା ଦୃଷ୍ଟିରୁ ୫ଟି ଆମ୍ବୁଲାନ୍ସ ରହିବ। ଜୁଲାଇ ୧ରୁ ୧୫ ଯାଏଁ ଏହି ଆମ୍ବୁଲାନ୍ସ କାର୍ଯ୍ୟ କରିବ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଆଇନ ମନ୍ତ୍ରୀ ପ୍ରତାପ ଜେନା, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ମୁଖ୍ୟ ଶାସନ ସଚିବ, ଜିଲ୍ଲାପାଳ ଏବଂ ସେବାୟତମାନେ ଉପସ୍ଥିତ ଥିଲେ। ନିଜ ନିଜ ବିଭାଗର ସବିଶେଷ ତଥ୍ୟ ଉପରେ ଏହି ବୈଠକରେ ଆଲୋଚନା ହୋଇଥିଲା।

Comment