ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୋଟ ୧ ଲକ୍ଷ ୩୯ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ। କୃଷି ବଜେଟର ପରିମାଣ ହେଉଛି ୨୦ ହଜାର ୭୧୪ କୋଟି। ପ୍ରଥମେ କୃଷି ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ।

ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରଥମ ଥର ପାଇଁ ବଜେଟ ଆଗତ କରିଥିଲେ।

କୃଷି ବଜେଟରେ କ’ଣ ରହିଛି?

  • ଗତ ୭ ବର୍ଷ ମଧ୍ୟରେ ୫ମ ଥର ପାଇଁ ଓଡ଼ିଶା କୃଷି କର୍ମଣ ପୁରସ୍କାର ପାଇଛି
  • କାଳିଆ ଯୋଜନା ପାଇଁ ୫ ହଜାର ୬୧୧ କୋଟି ଟଙ୍କାର ବ୍ୟୟବରାଦ
  • ଚାଷୀ, ଭାଗଚାଷୀ, କୃଷି ଶ୍ରମିକଙ୍କ ପାଇଁ କାଳିଆ ଯୋଜନା
  • କାଳିଆ ଯୋଜନାରେ ୭୫ ଲକ୍ଷରୁ ଅଧିକ ହିତାଧିକାରୀ ସାମିଲ
  • ଚାଷୀଙ୍କୁ ସାର ଯୋଗାଇବା ପାଇଁ ୧୦୦ କୋଟି ଟଙ୍କାର ଆବର୍ତ୍ତନ ପାଣ୍ଠି
  • ଉଦ୍ୟାନ କୃଷି ପାଇଁ ୧୦୦ କୋଟି
  • ନବକୃଷ୍ଣ ଚୌଧୁରୀ ସେଚ୍ ଉନ୍ନୟନ ଯୋଜନା ପାଇଁ ୬୩୫ କୋଟି ଟଙ୍କା
  • ଜୈବିକ କୃଷି ପ୍ରୋତ୍ସାହନ ପାଇଁ ୩୧ କୋଟି ଟଙ୍କା
  • ଚଳିତ ବର୍ଷ ୪୯ ଲକ୍ଷ ୯ ହଜାର ମେଟ୍ରିକ ଟନ୍ ଧାନ ସଂଗ୍ରହ
  • ଚାଷୀମାନଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ୠଣ
  • ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପାଇଁ ୪୦୦ କୋଟି
  • କୃଷି ବିଶ୍ୱବିଦ୍ୟାଳୟର ସଶକ୍ତିକରଣ ପାଇଁ ୩୦ କୋଟି
  • ଜଳାଶୟ ନିମନ୍ତେ ୫୦ ପ୍ରତିଶତ ପ୍ରୋତ୍ସାହନ ରାଶି ଦେବେ ସରକାର
  • ନୀଳ ବିପ୍ଲବ ଯୋଜନା ପାଇଁ ୮୩ କୋଟି
  • ମତ୍ସ୍ୟଚାଷୀଙ୍କୁ ପୋଖରୀ ଖୋଳାରେ ପ୍ରୋତ୍ସାହନ ପାଇଁ ୫୦ ପ୍ରତିଶତ ସବ୍‌ସିଡ୍‌
  • ପଶୁ, ଗୋପାଳନ ଓ ଶ୍ୱେତ ବିପ୍ଲବ ପାଇଁ ୬୫ କୋଟି
  • ଭ୍ରାମ୍ୟମାଣ ପଶୁ ଚିକିତ୍ସା ପାଇଁ ୧୨ କୋଟି

Comment