ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି। ମୋଟ ୧ ଲକ୍ଷ ୩୯ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ।

ବାତ୍ୟା ଫନି ପାଇଁ ବଜେଟରେ ଅଧିକ ଗୁରୁତ୍ୱ ଦିଆଯାଇଛି। ସେହିପରି ମିଶନ ଶକ୍ତି ଏବଂ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାକୁ ମଧ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି।

  • ସରକାରୀ ଉଦ୍ୟୋଗ ପାଇଁ ୪ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ
  • ପ୍ରଶାସନିକ ବ୍ୟୟ ଅଟକଳର ପରିମାଣ ୫୭ ହଜାର ୩୫୦ କୋଟି
  • ଦରମା ପାଇଁ ୨୫ ହଜାର ୫୦୦ କୋଟି ଟଙ୍କା
  • ଉଚ୍ଚଶିକ୍ଷା ଅନୁଷ୍ଠାନର ଭିତ୍ତିଭୂମି ପାଇଁ ୧୫୦ କୋଟି
  • ବସୁଧା ଯୋଜନା ପାଇଁ ୨ ହଜାର ୭୪୦ କୋଟି
  • ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା
  • ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା
  • ମେଧାବୀ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ ପାଇଁ ୬୩ କୋଟି
  • ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୧୨୦୩ କୋଟି ଟଙ୍କା
  • ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୧୯,୪୯୨ କୋଟି
  • ଆଦର୍ଶ ବିଦ୍ୟାଳୟ ପାଇଁ ୧୨୦ କୋଟି
  • ମେଧାବୀ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ ପାଇଁ ୬୩ କୋଟି
  • ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ୧୫ କୋଟି
  • ଅନୁସୂଚିତ ଜାତି ଛାତ୍ରୀ ନିବାସ ନିମନ୍ତେ ୨୨୭ କୋଟି
  • ମଧୁବାବୁ ପେନସନ୍ ଯୋଜନା ପାଇଁ ୨୧୨୦ କୋଟି
  • ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ୪ ହଜାର ୩୨୨ କିଲୋମିଟର ରାସ୍ତା ନିର୍ମାଣ ହେବ
  • ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ପାଇଁ ୧୨୦୩ କୋଟି
  • ମିଶନ ଶକ୍ତି ପାଇଁ ୩୦୧ କୋଟି ଟଙ୍କା
  • ମିଶନ ଶକ୍ତି ଗୃହ ନିର୍ମାଣ ନିମନ୍ତେ ଅତିରିକ୍ତ ୧୩୦ କୋଟି
  • ମମତା ଯୋଜନା ପାଇଁ ୩୦୫ କୋଟି
  • ଗ୍ରାମାଞ୍ଚଳରେ ସହରାଞ୍ଚଳ ସୁବିଧା ଦେବାକୁ ୮୦ କୋଟି ବ୍ୟୟବରାଦ
  • ଫନି ପ୍ରଭାବିତ ଅଞ୍ଚଳରେ ୫ ଲକ୍ଷ ପକ୍କା ଘର ନିର୍ମାଣ ପାଇଁ ଯୋଜନା
  • ୫ ଲକ୍ଷ ଘର ନିର୍ମାଣ ପାଇଁ ୪୮୨୦ କୋଟି
  • ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୬୮୨୮ କୋଟି
  • ଦାଦନ ଶ୍ରମିକଙ୍କ ଥଇଥାନ ପାଇଁ ୩୧୪୬ କୋଟି
  • ଶିଶୁ ସୁରକ୍ଷା ଯୋଜନା ପାଇଁ ୭୭ କୋଟି
  • ସ୍ୱୟଂ ସହାୟକ ଗୋଷ୍ଠୀ ସୁଧମୁକ୍ତ ୠଣ ପାଇବେ
  • ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ପାଇଁ ୧୧୩୦ କୋଟି
  • ମହିଳା ଓ ଶିଶୁ ବିକାଶ ପାଇଁ ୩୪୫୭ କୋଟି
  • ଓଡ଼ିଶାରେ ରେଳ କ୍ଷେତ୍ରର ବିକାଶ ପାଇଁ ୪୦୦ କୋଟି
  • କାଳିଆ ଯୋଜନା ପାଇଁ ୫ ହଜାର ୬୧୧ କୋଟି ଟଙ୍କାର ବ୍ୟୟବରାଦ
  • ଚାଷୀ, ଭାଗଚାଷୀ, କୃଷି ଶ୍ରମିକଙ୍କ ପାଇଁ କାଳିଆ ଯୋଜନା
  • କାଳିଆ ଯୋଜନାରେ ୭୫ ଲକ୍ଷରୁ ଅଧିକ ହିତାଧିକାରୀ ସାମିଲ
  • ଚାଷୀଙ୍କୁ ସାର ଯୋଗାଇବା ପାଇଁ ୧୦୦ କୋଟି ଟଙ୍କାର ଆବର୍ତ୍ତନ ପାଣ୍ଠି
  • ଉଦ୍ୟାନ କୃଷି ପାଇଁ ୧୦୦ କୋଟି
  • ନବକୃଷ୍ଣ ଚୌଧୁରୀ ସେଚ୍ ଉନ୍ନୟନ ଯୋଜନା ପାଇଁ ୬୩୫ କୋଟି ଟଙ୍କା
  • ଜୈବିକ କୃଷି ପ୍ରୋତ୍ସାହନ ପାଇଁ ୩୧ କୋଟି ଟଙ୍କା
  • ଚଳିତ ବର୍ଷ ୪୯ ଲକ୍ଷ ୯ ହଜାର ମେଟ୍ରିକ ଟନ୍ ଧାନ ସଂଗ୍ରହ
  • ଚାଷୀମାନଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ୠଣ
  • ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପାଇଁ ୪୦୦ କୋଟି
  • କୃଷି ବିଶ୍ୱବିଦ୍ୟାଳୟର ସଶକ୍ତିକରଣ ପାଇଁ ୩୦ କୋଟି
  • ଜଳାଶୟ ନିମନ୍ତେ ୫୦ ପ୍ରତିଶତ ପ୍ରୋତ୍ସାହନ ରାଶି ଦେବେ ସରକାର
  • ନୀଳ ବିପ୍ଲବ ଯୋଜନା ପାଇଁ ୮୩ କୋଟି
  • ମତ୍ସ୍ୟଚାଷୀଙ୍କୁ ପୋଖରୀ ଖୋଳାରେ ପ୍ରୋତ୍ସାହନ ପାଇଁ ୫୦ ପ୍ରତିଶତ ସବ୍‌ସିଡ୍‌
  • ପଶୁ, ଗୋପାଳନ ଓ ଶ୍ୱେତ ବିପ୍ଲବ ପାଇଁ ୬୫ କୋଟି
  • ଭ୍ରାମ୍ୟମାଣ ପଶୁ ଚିକିତ୍ସା ପାଇଁ ୧୨ କୋଟି

Comment