ଓଡ଼ିଶାଲାଇଭ ବ୍ୟୁରୋ
କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଘର ଭିତରେ ପଶି ସ୍ୱାମୀଙ୍କ ଆଖି ଆଗରେ ଦୁବୃର୍ତ୍ତ ମହିଳାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା ନେଇ ଅଭିଯୋଗ ଆସିଛି।
ଶୁକ୍ରବାର ରାତିରେ କିଛି ଦୁର୍ବୃତ୍ତ ମହିଳାଙ୍କ ଘର କବାଟ ଭାଙ୍ଗି ପଶିଥିଲେ। ତାଙ୍କ ସ୍ୱାମୀଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ମହିଳାଙ୍କୁ ବାହାରକୁ ଆଣି ମାଡ଼ ମାରିବା ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ଏମିତିକି ମହିଳାଙ୍କ ୨ ପୁଅଙ୍କୁ ମଧ୍ୟ ମାଡ଼ ମାରିଥିଲେ।
ଏବେ ମହିଳା, ତାଙ୍କ ସ୍ୱାମୀ ଓ ୨ ପୁଅଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏନେଇ ମହିଳାଙ୍କ ସ୍ୱାମୀ ଥାନାରେ ଏତଲା ଦେଇଛନ୍ତି। ଏତଲା ଆଧାରରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ମହିଳାଙ୍କ ଘରକୁ ପଶି ଦୁର୍ବୃତ୍ତ ଏଭଳି କାଣ୍ଡ ଭିଆଇବାର କାରଣ କିଛି ଜଣାପଡ଼ି ନାହିଁ।