ଓଡ଼ିଶାଲାଇଭ୍ ବ୍ୟୁରୋ

ଜୁଲାଇ ୪ ତାରିଖରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ୧୦୮ ଗରା ଜଳରେ ସ୍ନାନ କରି ଅସୁସ୍ଥ ହୋଇପଡ଼ିଥିବା ଶ୍ରୀବିଗ୍ରହ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ସୁସ୍ଥ ମହାପ୍ରଭୁଙ୍କର ଆଜି ବନକଲାଗି ନୀତି ଅନୁଷ୍ଠିତ ହେବ। ତ୍ରୟୋଦଶୀରେ ପୁରୀରେ ଶ୍ରୀଜୀଉଙ୍କର ଘଣାଲାଗି ଏବଂ ଖଳି ବିଜେ ନୀତି ମଧ୍ୟ ହେବ।

ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ସୁଶୋଭିତ କରିବା ପରେ ଲାଗି ହେବ ଦିବ୍ୟ ପ୍ରଲେପ ଓ ଖଳି ପ୍ରସାଦ। ଏହାପରେ ଶ୍ରୀଜୀଉଙ୍କ ଶୃଙ୍ଗାର କରାଯାଇ ବନକନୀତି ହେବ। ଆସନ୍ତାକାଲତି ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଦେବେ। ଦୀର୍ଘ ୧୫ଦିନ ଅଣସର ଘରେ ରହିବା ପରେ ଆସନ୍ତାକାଲି ନବଯୌବନ ଦର୍ଶନ ଦେବେ ମହାପ୍ରଭୁ।

Comment