ଓଡ଼ିଶାଲାଇଭ ବ୍ୟୁରୋ

୨୦୧୫ ଆଜିର ଦିନରେ ଆରମ୍ଭ ହୋଇଥିଲା ‘ଡିଜିଟାଲ ଇଣ୍ଡିଆ’।

‘‘ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ହେଉଛି ଏକ ଗଣ ଆନ୍ଦୋଳନ। ଏହା ଲୋକଙ୍କୁ ସଶକ୍ତ କରିଛି। ଡିଜିଟାଲ ଇଣ୍ଡିଆକୁ ମଜବୁତ କରିବା ପାଇଁ ଯେଉଁମାନେ କାମ କରୁଛନ୍ତି ସେମାନଙ୍କୁ ଶୁଭକାମନା’’, ଡିଜିଟାଲ ଇଣ୍ଡିଆ ସପ୍ତାହର ଚତୁର୍ଥ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ଟୁଇଟ କରି କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଯୁକ୍ତିବିଦ୍ୟାର ସୁବିନିଯୋଗ ଏବଂ ସହଜ ବ୍ୟବହାର ପାଇଁ ଚାରି ବର୍ଷ ତଳେ ଆଜିର ଦିନରେ ଡିଜିଟାଲ୍‌ ଇଣ୍ଡିଆ ଆରମ୍ଭ ହୋଇଥିଲା। ଡିଜିଟାଲ୍‌ ଇଣ୍ଡିଆ ଲୋକମାନଙ୍କୁ ସଶକ୍ତ କରିଛି, ଦୁର୍ନୀତି ହ୍ରାସ କରିଛି।

ଡିଜିଟାଲ୍‌ ଇଣ୍ଡିଆ ହେଉଛି ଭାରତ ସରକାରଙ୍କ ଏକ ପ୍ରମୁଖ କାର୍ଯ୍ୟକ୍ରମ, ଯାହାର ମୂଳ ଲକ୍ଷ୍ୟ ମଧ୍ୟରେ ରହିଛି ଏକ ଡିଜିଟାଲ-ସଶକ୍ତ ସମାଜ ତଥା ଜ୍ଞାନଭିତ୍ତିକ ଅର୍ଥନୀତି ଅଧାରରେ ଦେଶର ଏକ ବ୍ୟାପକ ରୂପାନ୍ତରଣ ହାସଲ କରିବା। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ଜୁଲାଇ ୧, ୨୦୧୫ରେ ଉଦ୍‌ଘାଟିତ ହୋଇଥିଲା। ଭାରତୀୟ ନାଗରିକମାନଙ୍କୁ ପ୍ରତ୍ୟେକ ସରକାରୀ କାର୍ଯ୍ୟକ୍ରମର ଉପଲବ୍ଧତା ପାଇଁ ବୈଷୟିକ କ୍ଷେତ୍ରରେ ବିକଶିତ ଡିଜିଟାଲ ବ୍ୟବସ୍ଥା ଏବଂ ଇଲେକଟ୍ରୋନିକ୍ସ ବ୍ୟବସ୍ଥା ମାଧ୍ୟମରେ ଅନ୍‌ଲାଇନ୍ ଭିତ୍ତିଭୂମି ଏବଂ ଇଣ୍ଟରନେଟ୍‌ର ପ୍ରସାର ମାଧ୍ୟମରେ ସୁନିଶ୍ଚିତ କରିବା ଏହାର ମୂଳ ଲକ୍ଷ୍ୟ।

Comment