ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଉ ମାତ୍ର ଗୋଟଏ ଦିନ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଆଜି ହେଉଛି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ। ନବଯୌବନ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ପୁରୀରେ କୋଟି କୋଟି ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି। ତେବେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନର ସମୟସୀମା ରାତି ସାଢ଼େ ୧୧ଟା ଯାଏଁ ବଢ଼ାଯାଇଛି।

ପୂର୍ବରୁ ଦର୍ଶନ ପାଇଁ ଅପରାହ୍‌ଣ ସାଢ଼େ ୩ଟାରୁ ସାଢ଼େ ୪ଟା ଯାଏଁ ସମୟ ଧାର୍ଯ୍ୟ ହୋଇଥିଲା। ତେବେ ଭଙ୍କଙ୍କ ଗହଳୀକୁ ଦୃଷ୍ଟିରେ ରଖି ଭକ୍ତ ରାତି ସାଢ଼େ ୧୧ଟା ଯାଏଁ ଦର୍ଶନ ସମୟ ବଢ଼ାଯାଇଛି। ଏବେ ରାତି ୧୧.୩୦ ଯାଏଁ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ କରିପାରିବେ।

ଗତକାଲି ଶ୍ରୀଜିଉଙ୍କ ପଣାଲାଗି ଏବଂ ଖଳି ବିଜେ ନୀତି ଅନୁଷ୍ଠିତ ହୋଇଥିଲା। ଆଜି ନବଯୌବନ ବେଶରେ ମହାପ୍ରଭୁ ଶ୍ରଦ୍ଧାଳଙ୍କୁ ଦର୍ଶନ ଦେଉଛନ୍ତି। ଅପରାହ୍‌ଣ ସାଢେ ୨ଟାରୁ ସାଢେ ୩ଟା ଟାଏଁ ପରିମାଣିକ ଦର୍ଶନ ହୋଇଥିବା ବେଳେ ସର୍ବସାଧାରଣ ଦର୍ଶନ ସାଢେ ୩ଟାରୁ ରାତି ସାଢେ ୧୧ଟା ପର୍ଯ୍ୟନ୍ତ ଚାଲିବ।

Comment