ଓଡ଼ିଶାଲାଇଭ୍ ବ୍ୟୁରୋ

କ୍ରିକେଟ୍ ପ୍ରେମୀଙ୍କ ପାଇଁ ଦୁଃଖ ଖବର। ବିଶ୍ୱକପ୍ ପରେ କ୍ରିକେଟ୍‌ରୁ ଅବସର ନେବେ ମହେନ୍ଦ୍ର ସିଂ ଧୋନି। ଏନେଇ ଆଜି ସୂଚନା ଦେଇଛି ଖବର ସରବରାହ ସଂସ୍ଥା ପିଟିଆଇ। ବିଶ୍ୱକପ୍‌ରେ ଭାରତର ଶେଷ ମ୍ୟାଚ୍ ଧୋନିଙ୍କ ଶେଷ ଆର୍ନ୍ତଜାତୀୟ ମ୍ୟାଚ୍ ହୋଇପାରେ।

ପୂର୍ବରୁ ଧୋନି ମଧ୍ୟ ଅଚାନକ ଭାବେ ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ। ଏଥିସହ କ୍ରିକେଟ୍‌ର ସମସ୍ତ ଫର୍ମାଟର ଅଧିନାୟକ ପଦରୁ ମଧ୍ୟ ଧୋନି ଅବସର ନେଇଥିଲେ। ତେଣୁ ବିଶ୍ୱକପ୍‌ରେ ଭାରତର ଶେଷ ମ୍ୟାଚ୍ ଧୋନିଙ୍କ ଶେଷ ମ୍ୟାଚ୍ ହୋଇପାରେ ବୋଲି ଆଶା କରାଯାଉଛି।

ଯଦି ଭାରତ ଚଳିତ ବିଶ୍ୱକପ୍‌ରେ ଫାଇନାଲରେ ପ୍ରବେଶ କରେ ତେବେ ଭାରତକୁ ଲର୍ଡସରେ ବିଶ୍ୱବିଜୟୀ କରି ଅବସର ନେବାକୁ ଚାହିଁବେ ଧୋନି। ପୂର୍ବରୁ ୨୦୧୧ ବିଶ୍ୱକପ୍‌ରେ ସଚିନ୍ ତେନ୍ଦୁଲକରଙ୍କୁ ବିଶ୍ୱକପ୍ ଉପହାର ଦେଲାଭଳି ଚଳିତ ୨୦୧୯ ବିଶ୍ୱକପ୍‌କୁ ଧୋନିଙ୍କୁ ଉପହାର ଦେବାକୁ ଚାହିଁବ ଭାରତୀୟ କ୍ରିକେଟ୍ ଦଳ।

ତେବେ ଧୋନି ନିଜ ତରଫରୁ କୌଣସି ବିଧିବଦ୍ଧ ସୂଚନା ଦେଇ ନଥିବା ବେଳେ, ସେ କେବେ କ୍ରିକେଟରୁ ଅବସର ନେବେ ତାକୁ ନେଇ କଳ୍ପନାଜଳ୍ପନା ଲାଗିରହିଛି।

Comment