ଓଡ଼ିଶାଲାଇଭ୍ ବ୍ୟୁରୋ

ସରିଛି ମହାପ୍ରଭୁ ଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା। ରତ୍ନବେଦୀ ଛାଡ଼ି ଭକ୍ତଙ୍କ ଗହଣକୁ ଚାଲି ଆସିଛନ୍ତି ଶ୍ରୀଜୀଉ। ମହାପ୍ରଭୁଙ୍କ ଏହି ଘୋଷଯାତ୍ରାକୁ ଦେଖିବା ପାଇଁ ପୃଥିବୀର ବିଭିନ୍ନ କୋଣରୁ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକ ପୁରୀ ଆସିଥାନ୍ତି।

ତେବେ ପୁରୀ ଆସିପାରି ନଥିବା ଭକ୍ତଙ୍କ ପାଖରେ ଏହି ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ପହଞ୍ଚାଇବା ପାଇଁ ‘ଓଡ଼ିଶାଲାଇଭ୍‌’ ପକ୍ଷରୁ ପ୍ରୟାସ କରାଯାଉଛି। ଡିଜିଟାଲ ମିଡିଆ (ମୋବାଇଲ୍ ଫୋନ୍, କମ୍ପ୍ୟୁଟର ଓ ସ୍ମାର୍ଟ ଟିଭି) ମାଧ୍ୟମରେ ଲୋକେ ପୁରୀ ରଥଯାତ୍ରାର ସମ୍ପୂର୍ଣ୍ଣ ଧାରା ବିବରଣୀ ଦେଖିପାରିବେ।

ଓଡ଼ିଶାଲାଇଭ୍ ୟୁଟ୍ୟୁବ୍ ଚ୍ୟାନେଲ (www.youtube.com/odishalive) ଏବଂ ଫେସ୍‌ବୁକ୍‌ ପେଜ୍‌ (www.facebook.com/odishalive) ମାଧ୍ୟମରେ ଲୋକେ ପୁରୀ ରଥଯାତ୍ରାର ସମ୍ପୂର୍ଣ୍ଣ ଧାରାବିବରଣୀ ଦେଖି ପାରିବେ।

ରଥଯାତ୍ରାର ପ୍ରମୁଖ କାର୍ଯ୍ୟକ୍ରମର ଓଡ଼ିଶାଲାଇଭ୍‌ରେ ଲାଇଭ୍‌ଷ୍ଟ୍ରିମିଂ କରାଯାଉଛି। ବାହୁଡ଼ା ଯାତ୍ରା ଦିନ (୧୨ ଜୁଲାଇ) ସକାଳ ୮ଟାରୁ ୬ଟା, ସୁନାବେଶ (୧୩ ଜୁଲାଇ) ଅପରାହ୍‌ଣ ୩ଟାରୁ  ୧୧ଟା, ଅଧରପଣା (୧୪ ଜୁଲାଇ) ସନ୍ଧ୍ୟା ୭ଟାରୁ ୧୦ଟା ଏବଂ ନୀଳାଦ୍ରିବିଜେ ଦିନ (୧୫ ଜୁଲାଇ) ଅପରାହ୍‌ଣ ୨ଟାରୁ ୧୦ଟା ଓଡ଼ିଶାଲାଇଭ୍‌ରେ ୟୁଟ୍ୟୁବ୍ ଏବଂ ଫେସ୍‌ବୁକ୍‌ରେ ଆପଣମାନେ ପୁରୀରୁ ସିଧାପ୍ରସାରଣ ଦେଖିପାରିବେ।

?

ଅଗ୍ରଣୀ ଡିଜିଟାଲ ମିଡିଆ କମ୍ପାନି ହିସାବରେ ଓଡ଼ିଶାଲାଇଭ୍‌ କିଛି ବର୍ଷ ହେଲା ରଥଯାତ୍ରାର ଲାଇଭ୍‌ଷ୍ଟ୍ରିମିଂ କରି ଆସୁଛି। ଜଗନ୍ନାଥ ସଂସ୍କୃତି ସମେତ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ଦେଶ ବିଦେଶର ଡିଜିଟାଲ ଦର୍ଶକଙ୍କ ପାଖରେ ଓଡ଼ିଶାଲାଇଭ୍‌ ପହଞ୍ଚାଇପାରୁଛି।

୨୦୧୮ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ସିଧାପ୍ରସାରଣ କରି ଓଡ଼ିଶାଲାଇଭ୍ ବିଶେଷ ସଫଳତା ହାସଲ କରିଥିଲା। ପୁରୀରୁ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରାର ସିଧାପ୍ରସାରଣ ଦିନ ୧୦ ଲକ୍ଷରୁ ଅଧିକ ଦର୍ଶକ ଓଡ଼ିଶାଲାଇଭ୍‌ର ଡିଜିଟାଲ ମିଡିଆ ମାଧ୍ୟମରେ ଯୋଡ଼ି ହୋଇଥିଲେ। ସେହିପରି ରଥଯାତ୍ରାର ଅନ୍ୟ ଇଭେଣ୍ଟଗୁଡ଼ିକରେ ମଧ୍ୟ ବହୁ ସଂଖ୍ୟାରେ ଦର୍ଶକ ଓଡ଼ିଶାଲାଇଭ୍ ପ୍ଲାଟଫର୍ମରେ ମହାପ୍ରଭୁଙ୍କ ଏହି ଅପୂର୍ବ କାର୍ଯ୍ୟକ୍ରମ ଦେଖିବାର ସୁଯୋଗ ପାଇଥିଲେ।

Comment